Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ଅଧ୍ୟକ୍ଷା ଙ୍କୁ ଜନ୍ମ ଦିନ ରେ ଶୁଭେଚ୍ଛା ଜଣାଇଲେ ସମିତି ସଂଘ।

କଳାହାଣ୍ଡି:୨୨/୦୯
କଳାହାଣ୍ଡି କୋକସରା ପଞ୍ଚାୟତ ସମିତି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରିତା ଅଗ୍ରୱାଲ ଙ୍କ ଆଜି ଜନ୍ମ ଦିବସ ହୋଇଥିବା ବେଳେ ବ୍ଲକ ର ୨୨ ପଞ୍ଚାୟତ ର ନିର୍ବାଚିତ ସମିତି ସଭ୍ୟ ସଭ୍ୟା ଙ୍କ ପକ୍ଷରୁ ବ୍ଲକ ଅଧ୍ୟକ୍ଷା ଙ୍କୁ କୋକସରା ବ୍ଲକ ର ପର୍ଯ୍ୟଟନ ସ୍ଥଳୀ ଗୁଡାହାଣ୍ଡି ଡୋକାରିଚଞ୍ଚରା ଠାରେ ଥିବା ଶ୍ରୀ ରାମ ମନ୍ଦିର ରେ ଏକ ସମ୍ବର୍ଦ୍ଧନା ସଭା ର ଆୟୋଜନ କରି ବ୍ଲକ ଅଧ୍ୟକ୍ଷା ଙ୍କୁ ଜନ୍ମ ଦିବସ ର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଏହି ସମ୍ବର୍ଦ୍ଧନା ସଭା ରେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଘନଶ୍ୟାମ ନାଏକ, ମୁକ୍ତେଶ୍ଵର ନାଏକ, ଗୁପ୍ତେଶ୍ଵର ବାଗ,ଗଜାନନ ନିଆଁଲ, ଶାମୁକା ନାଏକ, ଅଞ୍ଜନା ଦୁର୍ଗା, ନମିତା ଚଣ୍ଡି, ଅନୁସୂୟା ମାଝୀ,ବୈଦେହୀ ବେଶ୍ରା,ନର୍ତ୍ତକୀ ଦଣ୍ଡସେନା ପ୍ରମୁଖ ସମିତି ସଭ୍ୟ, ସଭ୍ୟା ଉପସ୍ଥିତ ରହି ଅଧ୍ୟକ୍ଷା ଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇଥିଲେ। ଏହା ବ୍ୟତୀତ ପଞ୍ଚାୟତ ର ବିଭିନ୍ନ ସମସ୍ୟା ଓ ଉନ୍ନୟନ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ।