Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡକାୟତି ଯୋଜନା କୁ ପଣ୍ଡ କଲେ ଗ୍ରାମବାସୀ, ତିନି ଡକାୟତ କୋର୍ଟ ଚାଲାଣ।

।।।କଳାହାଣ୍ଡି:୨୫/୦୯
କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ ନବରଙ୍ଗପୁର ଜିଲ୍ଲା ମୈଦଲପୁର ଗାଁ ର ପାଞ୍ଚ ଜଣ ଡକାୟତି ଦଳ ଦୁଇଟି ବାଇକ ଯୋଗେ ଆସି ଲୋକଙ୍କ ଠାରୁ ମୋବାଇଲ ଲୁଟପାଟ କରୁଥିବା ବେଳେ ଗ୍ରାମବାସୀ ତିନି ଜଣ ଡକାୟତ ଙ୍କୁ କାବୁ କରିଥିବା ବେଳେ ଜୟପାଟଣା ପୋଲିସ ତାଙ୍କୁ ଉଦ୍ଧାର କରିଥିଲା।ତେବେ ଆଜି ତିନି ଜଣ ଡକାୟତ କୁ କୋର୍ଟ ଚାଲାଣ କରାଯାଇଛି।ଡକାୟତ ମାନେ ମୈଦଲପୁର ଗାଁ ର ଉମେଶ ନାଏକ(୧୯),ଭାବନିଶଙ୍କର ନାଏକ(୧୯) ଓ କିଶୋର ହରିଜନ(୨୪) ହୋଇଥିବା ବେଳେ ଆଉ ଦୁଇ ଜଣ ଫେରାର ମାରିଛନ୍ତି।ଏମାନେ ଏକ କଲା ରଙ୍ଗର ୟମା ବାଇକ ରେ ନବରଙ୍ଗପୁର ରୁ ପାବଳୀ ଘାଟି ଦେଇ ଆସି ପ୍ରଥମେ ସର୍ଗିଗୁଡା ଗ୍ରାମର ଦେବାରଚନ ମାଝୀ ଙ୍କ ଠାରୁ ରିଏଲମୀ ମୋବାଇଲ ଛଡାଇ ନେଇଥିବା ବେଳେ ପରେ ପାଣ୍ଡରିପଖାନ ଗାଁର ଭରତ ନାଏକ ଙ୍କ ରିଏଲମୀ ସେଭେନ ମୋବାଇଲ ଛଡାଇ ନେଇ ନୂଆଗୁଡା ଗାଁ କୁ ଯାଉଥିଲେ।ଲୋକେ ତାଙ୍କୁ ପିଛା କରି ନୂଆଗୁଡା ଛକ ନିକଟରେ କାବୁ କରି ଜୟପାଟଣା ପୋଲିସ କୁ ଖବର ଦେଇଥିଲେ।ଖବର ପାଇ ଥାନା ଅଧିକାରୀ ଶେଷଦେଵ ବେହେରା ଏକ ଟିମ ପଠାଇ ଯୁବକ ମାନଙ୍କୁ ଉଦ୍ଧାର କରିଥିଲେ।ଏ ଦିଗରେ ତୁରନ୍ତ ତଦନ୍ତ କରିଥିବା ବେଳେ ଏମାନେ ଦୁଇଟି ବାଇକ ଯୋଗେ ପାଞ୍ଚ ଜଣ ଆସି ଏକ ବଡ଼ ଡକାୟତି ଯୋଜନା ଥିବା ପୋଲିସ ଜାଣିବାକୁ ପାଇଥିଲେ।ତାଙ୍କ ଠାରୁ ଏକ ମାରଣାସ୍ତ୍ର ଜବତ କରାଯାଇଛି।ଏ କଥା ଜୟପାଟଣା ଥାନାରେ ୨୩୫/୨୪ ରେ ଡକାୟତି ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ମାନଙ୍କ ନାମରେ ୩୧୦(୨)ଧାରା ଲାଗୁ କରାଯାଇଛି