ବାରିପଦା: ଉପର ଭୁଣ୍ଡରେ ଲଗାଣ ବର୍ଷାରେ କାରଣରୁ ବଢୁଛି ଜଳସ୍ତରଆ ଏହାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜର କାଳଡ୍ୟାମର ଗେଟ ଖୋଲା ଯାଇଛି । ଡ୍ୟାମର ବିପଦ ସଂକେତ ୭୭. ୭୦ ମିଟର ଥିବା ବେଳେ ଲଗାଣ ବର୍ଷା କାରଣରୁ ଗେଟ୍ ଖୋଲାଯାଇଛି । ଡ୍ୟାମ ଭିତରକୁ ସେକେଣକଡକୁ ୩୭.୨୪ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଏକ ଗେଟ ମଧ୍ୟ ଦେଇ ୭୨.୨୩ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।
ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିଥିବାରୁ ଏହାକୁ ନଜରରେ ରଖି ସୁନେଇ ଡ୍ୟାମର ମଧ୍ୟ ଗୋଟିଏ ଗେଟ ଖୋଲାଯିବ ବୋଲି କହିଛନ୍ତି ଆସିଷ୍ଟାଣ୍ଟ ଏକଜ୍ୟୁକିଟିଭ ଇଂଜିନିୟର । ଲଗାଣ ବର୍ଷା ହେତୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ତେଣୁ ଆବଶ୍ୟକତାକୁ ଦେଖି ଦୁଇଟି ଡ୍ୟାମର ଆହୁରି ଗେଟ୍ ଖୋଲିବାକୁ ଅଧିକାରୀ ନିଷ୍ପତ୍ତି ନେବେ ବୋଲି ଜଣାଯାଇଛି ।
ଗେଟ ଖୋଲିବା ଫଳରେ ତଳିଆ ଅଞ୍ଚଳରେ ଏହାର ପ୍ରଭାବ ପଡିବ, ତେଣୁ ତଳିଆ ଅଞ୍ଚଳବାସୀଙ୍କୁ ଗେଟ ଖୋଲିବା ନେଇ ସୂଚନା ପ୍ରଦାନ କରାଯାଇଛି । ଏଥିସହ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।