ଗୌଡଗlଡ଼ ରେ ମଦ ବିରୋଧୀ ଅଭିଯାନ ଆରମ୍ଭ କଲେ ମହିଳା ଗୋଷ୍ଠୀ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ବିଭିନ୍ନ ଗାଁ ରେ ଚାଲିଛି ଚୋରା ଦେଶୀ ଓ ବିଦେଶୀ ମଦ ବେପାର l ଘରେ ଘରେ ମଦ୍ୟପାନ ଯୋଗୁଁ କଳି, ଝଗଡା ଲାଗି ରହିଥିବା ବେଳେ ଗାଁ ଦାଣ୍ଡରେ ମଦ୍ୟପାନ କରି ଅସଭ୍ୟ ଭାଷାରେ ପାଟିତୁଣ୍ଡ କରୁଛନ୍ତି ମଦ୍ୟପ I ରାସ୍ତା ରେ ଯିବା ଆସିବା କୁ ସୁରକ୍ଷିତ ମଣୁନାହାନ୍ତି ମହିଳା I ଅପର ପକ୍ଷରେ ନକଲି ବିଷାକ୍ତ ମଦ ପିଇ ବିଭିନ୍ନ ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ଦେଖାଯାଉଛି I ଏ ନେଇ ବହଳପଦର ଓ ଦୁର୍ଜନତୈଲା ପଞ୍ଚାୟତ ର ଚାରି ଖଣ୍ଡ ଗାଁ ର ୧୫ ଟି ଗ୍ରୁପ ର ଏସ ଏଚ ଜି ମହିଳା ମାନେ ବୁଧବାର ଏକତ୍ରିତ ହୋଇ ଗୌଡ଼ଗାଡ଼ ଗାଁ ସ୍କୁଲ ପରିସରରେ ଏକ ସଭା ଆୟୋଜନ କରିଛନ୍ତି l ପୂର୍ବରୁ ଗୌଡ଼ଗାଡ଼ ଗାଁ ର ୯ ଟି ମହିଳା ଗ୍ରୁପ ଏକତ୍ରିତ ହୋଇ ତାଙ୍କ ଗାଁକୁ ମଦ ମୁକ୍ତ କରିବାରେ ସଫଳ ହୋଇଛନ୍ତି l ଏହାର ପାଖ ଗାଁ ଗୁଡିକର ଶତାଧିକ ମହିଳା ଏକତ୍ରିତ ହୋଇ ଢ଼ାବା ଗୁଡିକ ରେ ମଦ ବିକ୍ରି ବନ୍ଦ କରିବା ପାଇଁ ଲlଗି ପଡ଼ିଛନ୍ତି I ଗୌଡ଼ଗାଡ଼ ଗାଁ ୯ ଟି ଗୃପ ର ମହିଳା ମାନଙ୍କର ସହଯୋଗ କ୍ରମେ ଅଞ୍ଚଳ ର ସମସ୍ତ ସ୍ଥାନ ରେ ନିଶାମୁକ୍ତ କରିବାପାଇଁ ଏକତା ବଦ୍ଧ ଭାବେ ଅଣ୍ଟା ଭିଡିଛନ୍ତି l ଲୁତୁରପଙ୍କ ଦେଶୀ ମଦ ଭାଟି ଟି ମୁଖ୍ୟ ରାସ୍ତା କୁ ଲାଗି ରହିଥିବା ଯୋଗୁଁ ରାସ୍ତା ରେ ଝିଅ ମାନେ ସ୍କୁଲ, କଲେଜ ଏକା ଯିବା ସୁରକ୍ଷିତ ନୁହେଁ କହିଛନ୍ତି ଉକ୍ତ ମହିଳା ମାନେ l ରାସ୍ତା ରେ ସବୁବେଳେ ମଦୁଆ ଙ୍କ ପାଦ୍ରୁଭାବ ବଢ଼ିବାରେ ଲାଗିଛି l ସେଠାରେ ମଦୁଆ ଙ୍କ ପାଇଁ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି l ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ମଦ ଭାଟି ଅନ୍ୟ ସ୍ଥାନ କୁ ସ୍ଥାନାନ୍ତର କରିବା ପାଇଁ ଦlବି କରିଛନ୍ତି l ମହିଳା ମାନଙ୍କ ଏଭଳି କାର୍ଯ୍ୟ କୁ ଅଞ୍ଚଳ ରେ ବେଶ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳୁଛି l