Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ଡାକ୍ତରଖାନା ପରିସର ରେ ସ୍ଵଚ୍ଛତା ପଦ ଯାତ୍ରା ର ଶୁଭାରମ୍ଭ

ବିରମହlରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ସ୍ୱଚ୍ଛତା ପଦ ଯାତ୍ରାର ଶୁଭlରମ୍ଭ ହୋଇଯାଇଛି । ଜଳ , ପରିମଳ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ କୁ ମେଡିକାଲ ଅଫିସର ସଞ୍ଜୟ କୁମାର ମହାପାତ୍ର ଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ସ୍ୱଚ୍ଛତା ପଦ ଯାତ୍ରାର ଶୁଭlରମ୍ଭ କରିଥିଲେ । ଉକ୍ତ ପଦ ଯାତ୍ରା ଡାକ୍ତରଖାନା ପରିସରରୁ ବାହାରି ବିଭିନ୍ନ ସଚେତନତା ବାର୍ତ୍ତା ଦେଇ ସହର ପରିକ୍ରମା କରିଥିଲେ । ପରେ ଡାକ୍ତରଖାନା ସଫା କରିବା ସହ ଚାରା ରୋପଣ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରିଣୀ ସ୍ୱର୍ଣ୍ଣପ୍ରଭା ଜୁଏଡ ଏହାର ପରିଚାଳନା କରିଥିବା ବେଳେ ବିପିଏମ ମହେନ୍ଦ୍ର ମିଶ୍ର ଙ୍କ ସମେତ ଜଳ ଓ ପରିମଳ ବିଭାଗ ଏବଂ ଡାକ୍ତରଖାନା ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।