ପୂର୍ବ ଶତ୍ରୁତା: ଯୁବକଙ୍କୁ ଗୁଳି ମାରିଲେ ସରପଞ୍ଚ


ବୌଦ୍ଧ: ପୂର୍ବ ଶତ୍ରୁତାରୁ ଜଣେ ଯୁବକଙ୍କୁ ଗୁଳି ମାରିଛନ୍ତି ସରପଞ୍ଚ । ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କଷୁରବନ୍ଧ ଗାଁରେ । ଗୁରତର ଅବସ୍ଥାରେ ଯୁବକ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତ ଯୁବକ ହେଲେ କସୁରବନ୍ଧ ଗାଁର ରାଜେନ୍ଦ୍ର କର୍ଣ୍ଣ ।

ଗତକାଲି ରାତିରେ କଷୁରବନ୍ଧ ସରପଞ୍ଚ ସରୋଜ କର୍ଣ୍ଣ ଓ ତାଙ୍କ ବାପା, ଭାଇଙ୍କ ସହ ରାଜେନ୍ଦ୍ରଙ୍କର କୌଣସି କଥାକୁ ନେଇ ବଚସା ହୋଇଥିଲା । ପରେ ସରପଞ୍ଚ ଉତ୍ତ୍ୟକ୍ତ ହୋଇ ରାଜେନ୍ଦ୍ରଙ୍କ ଉପରକୁ ପ୍ରଥମେ ଗୋଟିଏ ରାଉଣ୍ଡ ଫ୍ଲସ୍‌ ଫାୟାରିଂ କରିଥିଲେ । ପରେ ରାଜେନ୍ଦ୍ରଙ୍କ ଦୁଇ ଗୋଡ଼କୁ ଦୁଇ ରାଉଣ୍ଡ ଗୁଳି ମାଡ଼ କରିଥିଲେ ।

ପରେ ସରପଞ୍ଚ ସରୋଜ ଏବଂ ତାଙ୍କ ବାପା ଓ ଭାଇ ମିଶି ରାଜେନ୍ଦ୍ରଙ୍କୁ ଠେଙ୍ଗାରେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି l ଗୁରୁତର ରାଜେନ୍ଦ୍ରଙ୍କୁ ପରିବାର ଲୋକ ଉଦ୍ଧାର କରି ପ୍ରଥମେ ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।  ପରେ ସୋନପୁର ଡାକ୍ତରଖାନକୁ ସ୍ଥାନାନ୍ତର କରାଯାଇଛି । ସରପଞ୍ଚଙ୍କ ନାଁରେ ମନମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଦୋଷୀକୁ କଠୋର ଦଣ୍ଡ ମିଳୁ ବୋଲି ପରିବାର ଲୋକେ ଦାବି କରିଛନ୍ତି । ମନମୁଣ୍ଡା ପୋଲିସ ଘଟଣାର ତଦନ୍ତ କରଛି ।