ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ଜାତୀୟ ସେମିନାର ଶୀର୍ଷକ -“ଦେଶୀ ଖାଦ୍ୟ, ସୁସ୍ଥ ଶରୀର ଏବଂ ମନ ପାଇଁ ଏକ ଉପାୟ “


ଚିପିଲିମା, ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୃତ୍ତତ୍ୱ ବିଭାଗ ଓ ଗୃହ ବିଭାଗର ମିଳିତ ପ୍ରୟାସରେ ଶନିବାର ଦିନ ପୃଷ୍ଟିକର ମାସ ଉପଲକ୍ଷେ ଏକ ଜାତୀୟ ସେମିନାର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବିଶ୍ଵବିଦ୍ୟାଳୟର କୁଳପତି ଡ଼. ବିଧିଭୂଷଣ ମିଶ୍ର, ପିଜିସି ସଭାପତି ଡ଼. ତୁଷାରକାନ୍ତି ଦାସ ଏବଂ ରେଜିଷ୍ଟାର ନୃପରାଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ମୁଖ୍ୟ ବକ୍ତା ଭାବରେ ଡ଼. ପୁଷ୍ପଶ୍ରୀ ମିଶ୍ର “ଦେଶୀ ଖାଦ୍ୟ, ସୁସ୍ଥ ଶରୀର ଏବଂ ମନ ପାଇଁ ଏକ ଉପାୟ “ଶୀର୍ଷକ ନେଇ ଆଲୋକପାତ କରିଥିଲେ l ସେହିପରି କୋଲକତା ବିଦ୍ୟାସାଗର ବିଶ୍ଵବିଦ୍ୟାଳୟର ପ୍ରଫେସର କୌଶିକ ବୋଷ ପୃଷ୍ଟିକର ଖାଦ୍ୟର ଉପକାରିତା ସମ୍ବନ୍ଧରେ ଅବଗତ କରାଇଥିଲେ l ଏହି କାର୍ଯ୍ୟକ୍ରମଟି ଆଇସିଏସଆର ନୂଆଦିଲ୍ଲୀ ର ପ୍ରକଳ୍ପ “ମାତୃ ଓ ଶିଶୁ ସ୍ୱାସ୍ଥ୍ୟ “ପ୍ରାୟୋଜିତ କାର୍ଯ୍ୟକ୍ରମରେ ନୃତ୍ତତ୍ବ ଏବଂ ଗୃହ ବିଭାଗର ପ୍ରଫେସର ଭାରତୀ କରିସବଂ, ଡ଼. ସଂଗୀତା ସିଂ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା l ବିଭାଗୀୟ ଅନ୍ୟାନ୍ୟ କର୍ମକର୍ତ୍ତା, ଛାତ୍ରଛାତ୍ରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସାଫଲ୍ୟମଣ୍ଡିତ ହୋଇଥିଲା l