Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ରାଜ୍ୟ ସ୍ତରୀୟ ମହିଳା ମାନଙ୍କ ପାଇଁ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଶିବିର ଶ୍ରୀ ସତ୍ୟସାଇ ସେବା ସଂଗଠନ, ସୁବର୍ଣ୍ଣପୁର ଜିଲ୍ଲା ଦ୍ଵାରା ଆଜି ଢେରାପଡା ସ୍ଥିତ ବୁଢ଼ିମା କଲ୍ୟାଣ ମଣ୍ଡପରେ ଓଡିଶାର ୧୦ ଗୋଟି ଜିଲ୍ଲାର ମହିଳା ପ୍ରତିନିଧି ମାନଙ୍କୁ ନେଇ ଏକ ବିପର୍ଯ୍ୟୟ ପରିଚାଳନା ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସକାଳେ ଆଧ୍ୟାତ୍ମିକ ପତାକା ଉତ୍ତୋଳନ କରାଯିବା ପରେ ଶିବିରରେ ମହିଳା ପ୍ରତିନିଧିଙ୍କ ରେଜିଷ୍ଟ୍ରେସନ ଆରମ୍ଭ ହୋଇଥିଲା ପରେ ଭଗବାନଙ୍କ ଜ୍ୟୋତି ଆବାହନ କରାଯାଇ ନିରବ ପ୍ରାର୍ଥନା, ବେଦମନ୍ତ୍ର ଉଚ୍ଚାରଣ ଓ ଭଗବାନ ସତ୍ୟସାଇ ଙ୍କ ଭଜନ ଅନୁଷ୍ଠିତ ହୋଇଥିଲା। ଶ୍ରୀ ସତ୍ୟସାଇ ସେବା ସଂଗଠନ ସୁବର୍ଣ୍ଣପୁର ଜିଲ୍ଲା ର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗୁଣନିଧି ପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଧ୍ୟାତ୍ମିକ ସଭାରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ପୌର ପରିଷଦର ଅଧ୍ୟକ୍ଷା ତାମସି ତମସ୍ମୀତା ନାଏକ ଯୋଗଦେଇ ଏହି ଶିବିର କୁ ଉଦଘାଟନ କରି ପ୍ରତ୍ୟେକ କ୍ଷେତ୍ରରେ ମହିଳା ଆଜି ନିଜର ପରାକାଷ୍ଠା ପ୍ରଦର୍ଶନ କରିବାସହ ଏକ ସୁସ୍ଥ ନିରାମୟ ଓ ଆଧ୍ୟାତ୍ମିକ ସମାଜ ଗଠନରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଆସିଛନ୍ତି। ଏହିପରି ବିପର୍ଯ୍ୟୟ ପରିଚାଳନା ଶିବିର ଅନୁଷ୍ଠିତ କରାଇ ମହିଳା ମାନଙ୍କୁ ଶିକ୍ଷାଦାନ ଦେବା ଦ୍ଵାରା ଆଗକୁ ମହିଳାଙ୍କ ଭିତରେ ସେବା ଭାବନା ଜାଗ୍ରତ ହେବାସହ ଯେକୋୖଣସି ସମୟରେ ବିପର୍ଯ୍ୟୟ ର ପ୍ରଶମନ ପାଇଁ ସେମାନେ ସକ୍ଷମ ହୋଇପାରିବେ। ସେହିପରି ଅନ୍ୟତମ ଅତିଥି ଭାବରେ ରାଜ୍ୟ ସେବା ସଂଯୋଜକ ଶ୍ରୀଯୁକ୍ତ ରମାକାନ୍ତ ଦାଶ ଓ ମହିଳା ରାଜ୍ୟ ସେବା ସଂଯୋଜିକା ଶୁଶ୍ରୀ ଦାସ ସେମାନଙ୍କର ଆଶିର୍ବଚନ ପ୍ରଦାନ କରିଥିବାବେଳେ ବିବେକାନନ୍ଦ କାନୁନଗୋ ଓ ଅବକାଶ ଭାଇ ବିପର୍ଯ୍ୟୟ ପରିଚାଳନା ର ନୀତି ନିୟମ ଓ ଶୃଙ୍ଖଳା ଭିତରେ ନିଜର ବହୁମୂଲ୍ୟ ମତାମତ ରଖିଥିଲେ। ସେହିଭଳି ଅପରାହ୍ନ ଅଧିବେଶନରେ ଉଦ୍ଧାର ପ୍ରକ୍ରୀୟା,ଷ୍ଟ୍ରେଚର୍ ର ଉପଯୋଗ ଓ ବିପର୍ଯ୍ୟୟ ର ମୁକାବିଲା ସମୟରେ ସିଡିର ବ୍ୟବହାର ସଂପର୍କରେ ମଧ୍ୟ ଆଲୋଚନା କରିଥିଲେ।ସାଂଧ୍ୟ୍ୟ ଅଧିବେଶନ ସମୟରେ ବିପର୍ଯ୍ୟୟ ବେଳେ ଫାଷ୍ଟ୍ଏଡ୍ ର ବ୍ୟବହାର ଓ ପରିଚାଳନା ସଂପର୍କରେ ଶିକ୍ଷା ପ୍ରଦାନ କରିଥିଲେ ଓ ପରେ ମଙ୍ଗଳ ଆରତୀ ଅନୁଷ୍ଠିତ ହୋଇ ପ୍ରଥମଦିନର କାର୍ଯ୍ୟକ୍ରମ କୁ ବିରାମ ଦିଆଯାଇଥିଲା। ପରଦିନ ପ୍ରାତଃ ସମୟରେ ॐକାରମ୍, ସୁପ୍ରଭାତମ୍, ଜ୍ୟୋତି ଧ୍ୟାନ, ଶାରୀରିକ ଶିକ୍ଷା, ପରେ ଅଗ୍ନି ନିର୍ବାପକ ଶିକ୍ଷା, ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଟିମ୍ ଗଠନ,ଓ ପରବର୍ତ୍ତୀ ବର୍ଷ ପାଇଁ ପ୍ରସ୍ତୁତି ସଂପର୍କରେ ଆଲୋଚନା ପରେ ସୋନପୁର ସମିତିର ସଂଯୋଜକ ସୂର୍ଯ୍ୟ ନାରାୟଣ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ ଏବଂ ଭଗବାନଙ୍କୁ ମଙ୍ଗଳ ଆରତୀ ପ୍ରଦାନ ସହିତ ପ୍ରଥମ ଦିନର କାର୍ଯ୍ୟକ୍ରମ ର ସମାପ୍ତି ହୋଇଥିଲା । ପ୍ରକାଶଯୋଗ୍ୟ ଯେ ଦୁଇଦିନ ଧରି ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିର ରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ଶତାଧିକ ମହିଳା ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ