ରାଜ୍ୟସ୍ତର କୁ ମନୋନିତ ହେଲେ ବୀରମହାରାଜପୁର କଲେଜ ର ଦୁଇ ଛାତ୍ରଛାତ୍ରୀ


ବୀରମହାରାଜପୁର : (ସୌମିତ୍ରି ମେହେର) ଭୋଟର ତାଲିକାରେ ନୂତନ ଯୋଗ୍ୟ ଭୋଟରଙ୍କୁ ସାମିଲ କରିବା ପ୍ରକ୍ରିୟା ଜାରି ରହିଛି । ନୂତନ ଭୋଟରଙ୍କୁ ଏହି ପ୍ରକ୍ରିୟାରେ ସାମଲ ତଥା ସଚେତନତା ସୃଷ୍ଟି ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ୧୮ ରୁ ୨୫ ବର୍ଷର ଯୁବକ, ଯୁବତୀଙ୍କ ମଧ୍ୟରେ ସୋସିଆଲ ମିଡିଆ ଭିଡିଓ କଣ୍ଟେଷ୍ଟ ଆରମ୍ଭ କରିଛନ୍ତି । ଏହାଦ୍ବାରା ନୂତନ ଭୋଟରଙ୍କୁ ସଚେତନ କରିବା ସହ ଯୁବପୀଢିଙ୍କ ପ୍ରତିଭାକୁ ମଧ୍ୟ ସାମନାକୁ ଆସିପାରିବ ବୋଲି ଆଶା କରାଯାଉଛି । ଏହି ପ୍ରତିଯୋଗିତାରେ ବୀରମହାରାଜପୁର କଲେଜ ରାଜନୀତି ବିଜ୍ଞାନ ବିଭାଗ ଶେଷ ବର୍ଷର ଦୁଇଜଣ ଛାତ୍ରଛାତ୍ରୀ ପ୍ରିତମ ପାତ୍ର ଓ ବିଉଟି ସାହୁ ଜିଲ୍ଲା ସ୍ତରରେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ହାସଲ କରିଛନ୍ତି । ଏଥିସହ ଏମାନଙ୍କ ଭିଡିଓ କ୍ଲିପ ରାଜ୍ୟସ୍ତରକୁ ମନୋନୀତ ହୋଇଛି । କଲେଜ ପାଇଁ ଗର୍ବ ଆଣିଥିବା ଉଭୟ ଛାତ୍ରଛାତ୍ରୀଙ୍କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଟୁଇଟ କରି ଶୁଭେଛା ଜଣାଇଛନ୍ତି ।