Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୋଖରୀ ପାଣିରେ ବୁଡ଼ି ଜଣେ ସେବାକାରୀ ବ୍ୟକ୍ତି ମୃତ

ଝାରସୁଗୁଡା ୭/୧୦ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନାର ଅଞ୍ଚଳର ଜଣେ ଜଣାଶୁଣା ସେବାକାରୀ ବ୍ୟକ୍ତି ଗାଧୋଇବାକୁ ଯାଇ ଗୋଡ଼ ଖସିଯିବା ଯୋଗୁଁ ପୋଖରୀ ପାଣିରେ ବୁଡ଼ି ଯାଇ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରା ଯାଉଛି । ମୃତକ ଜଣକ ହେଉଛନ୍ତି ରେଙ୍ଗାଲି ଥାନା ବିଜାପାଲି ଗାଁର ସମ୍ପଦ ଧାନଗୁଣ୍ଡ (୭୫) ବୋଲି ପୁଲିସ ସୂତ୍ରରୁ ପ୍ରକାଶ । ପୁଅ ଯୋଗୀନ୍ଦ୍ର ଧାନଗୁଣ୍ଡଙ୍କ ଲିଖିତ ଅଭିଯୋଗ ଅନୁସାରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ତଦନ୍ତ ଜାରି ରହିଥିବା ଥାନାଧିକାରୀ ଅଭିମନ୍ୟୁ ଦୁର୍ଗା ସୂଚନା ଦେଇଛନ୍ତି ।
ମିଳିଥିବା ତଥ୍ୟ ଅନୁଯାୟୀ ରବିବାର ଦିନ ପ୍ରାୟ ସାଢ଼େ ବାରଟା ସମୟରେ ମୃତ ସମ୍ପଦ ଗାଁ ନିକଟସ୍ଥ ବୁଢ଼ୀ ବନ୍ଧକୁ ଏକାକୀ ଗାଧୋଇବାକୁ ଯାଇଥିଲେ । କିନ୍ତୁ ଦୀର୍ଘ ସମୟ ଧରି ସେ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ । କିନ୍ତୁ ଆଜି ସକାଳେ ଉକ୍ତ ବନ୍ଧକୁ ଗାଁର କିଛି ଲୋକ ଗାଧୋଇବା ପାଇଁ ଯାଇଥିବା ବେଳେ ଏକ ମୃତଦେହ ପାଣିରେ ଭାସୁଥିବା ଦେଖି ରେଙ୍ଗାଲି ପୁଲିସକୁ ସୂଚନା ଦେଇଥିଲେ । ରେଙ୍ଗାଲି ଥାନାଧିକାରୀ ଶ୍ରୀ ଦୁର୍ଗାଙ୍କ ନିର୍ଦ୍ଦେଶ କ୍ରମେ ଏକ ପୁଲିସ ଟିମ ଘଟଣା ସ୍ଥଳକୁ ଯାଇ ଶବକୁ ଉଦ୍ଧାର କରି ତାଙ୍କ ପରିବାର ଲୋକେ ମୃତଦେହକୁ ଚିହ୍ନଟ କରି ପଞ୍ଚନାମା ପରେ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରା ଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି । ପ୍ରକାଶ ଥାଉକି ମୃତ ସମ୍ପଦ ଅଞ୍ଚଳରେ ଜଣେ ସେବାକାରୀ ଭାବେ ବେଶ ପରିଚିତ । ତେଣୁ ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ