Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାସ୍ତାରେ ପଡ଼ିଥିବା ଅଧା ପୋଡ଼ା କଟା ମୁଣ୍ଡ କାହାର ?

ବାଲେଶ୍ବର: ଖନ୍ତାପଡ଼ା ଥାନା ୧୬ ନମ୍ବର ଜାତୀୟ ରାଜପଥ ଉପରେ ପଡିଛି ଅର୍ଦ୍ଧଦଗ୍ଧ କଟାମୁଣ୍ଡ । ତେବେ କଟାମୁଣ୍ଡଟି କାହାର ତାହା ଜଣାପଡିନାହିଁ ।

ରାଜପଥ ଉପରେ କଟାମୁଣ୍ଡଟି ପଡିଥିବା ଆଜି ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏହାପରେ ସେମାନେ ପୋଲିସକୁ ଖବର ଦେଇଥିଲେ । ସୂଚନା ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କଟାମୁଣ୍ଡଟି ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ତେବେ କଟାମୁଣ୍ଡଟି ଏକ ଛୋଟ ପିଲାର ବୋଲି ଅନୁମାନ କରାଯାଉଛି । ତେବେ କେଉଁ ପରିସ୍ଥିତିରେ ଏକ ଶିଶୁର କଟାମୁଣ୍ଡ ସେଠାକୁ ଆସିଲା ତାହା ଜଣାପଡ଼ି ନାହିଁ । ପୋଲିସ ଓ ସାଇଣ୍ଟିଫିକ ଟିମ୍‌ ଘଟଣାର ତଦନ୍ତ କରୁଛନ୍ତି । 

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories