କୁଟ୍ରାପାଲି ମାଁ ରାମଚଣ୍ଡୀଙ୍କ ପୀଠରେ ଶାରଦୀୟ ପାର୍ବଣ ପୂଜା


ଝାରସୁଗୁଡା ୮/୧୦ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ସମରବଗା ବିଶାଶହେ କୁଳତା ସମାଜ ଆଞ୍ଚଳିକ ଗୁଡ଼ି ପକ୍ଷରୁ କୁଟ୍ରାପାଲି ସ୍ଥିତ ମାଁ ରାମଚଣ୍ଡୀଙ୍କ ପୀଠରେ ଆଜି ଶାରଦୀୟ ପାର୍ବଣ ପୂଜା ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମେ ଘଣ୍ଟଶଙ୍ଖ ବାଦ୍ୟ ସହ ଏକ ଶୋଭାଯାତ୍ରାରେ ଯାଇ କୁଟ୍ରାପାଲି ପୋଖରୀରୁ ଜଳପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରା ଯାଇଥିଲା । ଉକ୍ତ ପୂଜାରେ ପବିତ୍ର ବିଶ୍ଵାଳ ଓ ପତ୍ନୀ ପିଙ୍କି ବିଶ୍ଵାଳ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିବା ବେଳେ ପୂଜକ ବୃଷଭ ପଧାନ ଓ ମିତ୍ରଭାନୁ ପଧାନ ଉଭୟେ ପାରମ୍ପରିକ ବିଧି ଅନୁଯାୟୀ ସମସ୍ତ ପୂଜାକାର୍ଯ୍ୟ ସମ୍ପାଦନା କରିଥିଲେ । ସମରବଗା ଆଞ୍ଚଳିକ ଗୁଡ଼ି ଅନ୍ତର୍ଗତ ଝାରଗାଁ, ସମରବଗା, କୁରେମାଲ, ଭଉଁରାଚକା, କୁଟ୍ରାପାଲି, ପରସିଆଁ, ଦେବଦରହ, ଛୁଇଖାଞ୍ଚ, ଦୁଆନମୁଣ୍ଡା, କୁଡ଼ାବଗା, ବେତଝରଣ ଏବଂ କୁଲିହାବେର୍ଣ୍ଣି ଗ୍ରାମର ବହୁ ସଂଖ୍ୟକ ସମାଜର ପୁରୁଷ ଓ ମହିଳା ଏବଂ ପ୍ରମୂଖ କାର୍ଯ୍ୟକାର୍ତ୍ତା ଯୋଗଦାନ କରି ମାଁ ଙ୍କ ଆଶୀର୍ବାଦ କାମନା କରିଥିଲେ । ଶେଷରେ ସମସ୍ତଙ୍କ ନିମନ୍ତେ ଅନ୍ନ ପ୍ରାସାଦ ବ୍ୟବସ୍ଥା କରା ଯାଇଥିଲା । ସମରବଗା କୁଳତା ସମାଜ ଆଞ୍ଚଳିକ ଗୁଡ଼ିର ସଭାପତି ବସନ୍ତ ବିଶ୍ବାଳ, ସମ୍ପାଦକ ଈଶ୍ଵର ଚନ୍ଦ୍ର ବାରିକ,ଉପ ସଭାପତି ସୁରେଶ ପଧାନ, କୋଷାଧ୍ୟକ୍ଷ ହେମସୁନ୍ଦର ପଧାନ, ଅମିନ ପଧାନ, ମଙ୍ଗଳ ପଧାନଙ୍କ ସମେତ ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ବିଭିନ୍ନ ଆଞ୍ଚଳିକ ଗୁଡ଼ି ମାନଙ୍କ ସଭାପତି, ସମ୍ପାଦକ ତଥା ବରିଷ୍ଠ ସଦସ୍ୟ ବୃନ୍ଦ ନିମନ୍ତ୍ରିତ ଅତିଥି ଭାବେ ଉତ୍ସବରେ ଯୋଗଦାନ କରିଥିଲେ ।