ସମ୍ବଲପୁର: ସମ୍ବଲପୁର ସହର ଭୁତାପଡା ମଁI ମଙ୍ଗଳାଙ୍କ ମନ୍ଦିରରେ ଶରତକାଳୀନ ପୂଜନୋତ୍ସବ ସକାଶେ ବୁଧବାର ଆଶ୍ବିନ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ କଳଶାଧୀବାସ , ବିଲ୍ଲବରଣେIତ୍ସବ ତଥା ବିଲ୍ଲବରଣ , ନବପତ୍ରିକା ଆବାହନ ପୂଜନୋତ୍ସବ ଅନୁଷ୍ଠିତ ହୋଇଥିଲା I ଏହି ଅବସରରେ ବୁଧବାର ଅପରାହ୍ନ ୪ ଟା ସମୟରେ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା I ଏଥିରେ ସହରର ଶତାଧିକ ମହିଳା ଓ ପୁରୁଷ ଅଂଶ ଗ୍ରହଣ କରିଥିଲେ I ସ୍ଥାନୀୟ କମିଶନର କଲୋନୀ ମହାନଦୀ ଘାଟରୁ ଜଳ ଆଣି ଵିଧି ମୁତାବକ ମଙ୍ଗଳାଙ୍କ ପୀଠେ ପୂଜନୋତ୍ସବ ଅନୁଷ୍ଠିତ ହୋଇଥିଲା I ଭୁତାପଡା ମଙ୍ଗଳା ମନ୍ଦିରର ପୂଜକ ମହେଶ୍ୱର ପଣ୍ଡା ଓ ପଣ୍ଡିତ ଆଦିତ୍ୟ ମିଶ୍ର ପୂଜା କାର୍ଯ୍ୟ କରିଥିଲେ I ଭୁତାପଡା ମଙ୍ଗଳା ମନ୍ଦିର କମିଟିର ରବୀନ୍ଦ୍ର ଜେନା, ରସାନନ୍ଦ ବେହେରା, ସାଧବ ପ୍ରଧାନ, ସୁଧାଂଶୁ ଶେଖର ମହାରଣା , ସୁଶାନ୍ତ ମହାପାତ୍ର,ରାଜ କିଶୋର ନାୟକ, ନିହାର କୁମାର ମାହାଣI, ନାରାୟଣ ଦାନୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ I ପଣ୍ଡିତ ଲଷ୍ମୀ ନାରାୟଣ ମିଶ୍ର ଲେନ୍ ନିବାସୀ ସରୋଜ ସାହୁ ଓ ସାଗରୀକା ସାହୁ ସପତ୍ନୀକ କର୍ତ୍ତା ଦାୟିତ୍ୱ ନିର୍ବାହ କରୁଛନ୍ତି I ଆଶ୍ୱିନ, ଶୁକ୍ଲପକ୍ଷ ସପ୍ତମୀ ୧୦ ତାରିଖ ଗୁରୁବାର ମାଁ ମଙ୍ଗଳାଙ୍କ ପୀଠେ ସପ୍ତମୀ ବିହିତ ପୂଜା,ଆଶ୍ୱିନ, ଶୁକ୍ଲପକ୍ଷ ଅଷ୍ଟମୀ ୧୧ ତାରିଖ ଶୁକ୍ରବାର ଅଷ୍ଟମୀ ବିହିତ ପୂଜା, ଆଶ୍ୱିନ ଶୁକ୍ଲପକ୍ଷ ଦଶମୀ ୧୨ ତାରିଖ ଶନିବାର ଦଶମୀ ବିହିତ ପୂଜା, ଦଶହରା, ପୂର୍ଣ୍ଣାହୁତି, ବିସର୍ଜନ ଅନୁଷ୍ଠିତ ହେବ I ଏହା ସହିତ ପ୍ରତ୍ୟେକ ଦିନ ଚଣ୍ଡୀ ହୋମ, ରାତ୍ର ଘ.୭. ୦୦ମି. ସମୟରେ ୧୦୮ ଦୀପ ମହାଆଳତୀ, ପୁଷ୍ପାଞ୍ଜଳି ଅନୁଷ୍ଠିତ ହେବ ବୋଲି ମାଁ ମଙ୍ଗଳା ମନ୍ଦିର କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି I ଏହି କାର୍ଯ୍ୟକ୍ରମରେ ଭକ୍ତ ବୃନ୍ଦ ଯୋଗଦାନ ପୂର୍ବକ ମାଁ ମଙ୍ଗଳାଙ୍କ ଦିବ୍ୟ ଦର୍ଶନ କରିବା ଓ ଆଶୀର୍ବାଦ ପ୍ରାପ୍ତ ହେବାକୁ କମିଟି ପକ୍ଷରୁ ଅନୁରୋଧ କରାଯାଇଛି।