Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଡ଼ିଗଲା ଟ୍ୟାଙ୍କର, ଦୁଇ ସଢୁ ମୃତ

କେନ୍ଦ୍ରାପଡ଼ା: ଦୁଇ ସଢୁଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର । ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଛି । କେନ୍ଦ୍ରାପଡ଼ା ଜିଲ୍ଲା ଚଣ୍ଡିଖୋଲ-ପାରାଦୀପ ରାସ୍ତାର ଅଳାବାଙ୍କଛକ ଠାରେ ଆଜି ସକାଳେ ଏହି ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଲେ ଭବାନୀ ପ୍ରସାଦ ମହାପାତ୍ର । ଅନ୍ୟ ଜଣଙ୍କର ପରିଚୟ ମିଳିନାହିଁ ।

ସାନ ସଢୁର ଝିଅର ଏକୋଶିଆ ଥିଲା । ଏଥିପାଇଁ ବଡ଼ ସଢୁ ସାନ ସଢୁଙ୍କ ଘର ଲଳିତଗିରିକୁ ଯାଇଥିଲେ । ଆଜି ସକାଳେ ସାନ ସଢୁ ବଡ଼ ସଢୁଙ୍କୁ ବାଇକ ଯୋଗେ ପାରାଦୀପ ଛାଡ଼ିବାକୁ ଆସୁଥିଲେ । ଅଳାବାଙ୍କଛକ ଠାରେ ଏକ ଟ୍ୟାଙ୍କର ଆସି ସେମାନଙ୍କ ବାଇକୁ ପଛରୁ ଧକ୍କା ଦେଇଥିଲା । ବାଇକଟି ଟ୍ୟାଙ୍କର ତଳେ ପଶି ଯାଇଥିଲା । ଉଭୟ ତଳକୁ ଛିଟିକି ପଡ଼ିଥିଲେ । ସେମାନଙ୍କ ଉପରେ ଟ୍ୟାଙ୍କରଟି ମାଡ଼ି ଯାଇଥିଲା । ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା ।

ଦୁର୍ଘଟଣା ପରେ ଟ୍ୟାଙ୍କର ଡ୍ରାଇଭର ଗାଡ଼ି ଛାଡ଼ି ଚମ୍ପଟ ମାରିଛି । ପୋଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories