ଭାଲିଆଗଡ ରୁ ଅଚିହ୍ନା ମୃତଦେହ ଉଦ୍ଧାର ଘଟଣା।ହତ୍ୟା କରି ରାସ୍ତା କଡ଼ରେ ଫୋପାଡି ବା ମାମଲାରେ ୨ ଗିରଫ।


ଗୋପାଳପୁର,୧୦/୧୦
ଜାତୀୟ ରାଜପଥ କଡ ଭାଲିଆଗଡ ଛକରୁ କ୍ଷତାକ୍ତ ଭାବେ ଉଦ୍ଧାର ମୃତ ଦେହ ଘଟଣା ରେ ପୁଲିସ ପର୍ଦ୍ଦାଫାଶ କରିବାରେ ସକ୍ଷମ ହେବା ସହ ହତ୍ୟା ରେ ସାମିଲ ଟ୍ରକ ଡ଼୍ରାଇଭର ଓ ହେଲପର କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିବା ଟ୍ରକ କୁ ଜବତ କରିଛି କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଢେଙ୍କାନାଳ ଜିଲ୍ଲା ରାସଳ ଥାନା ଅନ୍ତର୍ଗତ ଗଣ୍ଡାନାଳିର ଶଶୀକାନ୍ତ ଜେନା(୨୩) ଓ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଗୋବିନ୍ଦ ପ୍ରସାଦର କମଳାକାନ୍ତ ଜେନା(୨୦) ବୋଲି ପୁଲିସ ସୂଚନା ଦେଇଛି।ଅନ୍ୟ ପଟେ ଅଚିହ୍ନା ଯୁବକ ଜଣଙ୍କ ମଧ ଚିହ୍ନଟ ହୋଇଥିବା ବେଳେ ଯୁବକ ଜଣଙ୍କ ସୋରଡ଼ା ର କୁନା ସ୍ବାଇଁ ବୋଲି ମଧ୍ୟ ଚିହ୍ନଟ ହୋଇଛି।ଗତ ସେପ୍ଟେମ୍ବର ୧ ତାରିଖ ସକାଳେ ଜାତୀୟ ରାଜପଥ କଡ ଭାଲିଆଗଡ ଛକରୁ ଜଣେ ଅଚିହ୍ନା ଯୁବକ ଙ୍କ କ୍ଷତାକ୍ତ ଶବ ପଡି ରହିଥିବା ପୁଲିସ ଖବର ପାଇବା ପରେ ଶବକୁ ଜବତ କରିବା ସହ ଘଟଣା ନେଇ ୩୬/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସେପ୍ଟେମ୍ୱର ୪ ତାରିଖରେ ମିଳିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ଯୁବକ ଜଣଙ୍କୁ ପ୍ରବଳ ମାଡ଼ ମରାଯାଇଥିବା ଯୋଗୁଁ ଯୁବକ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ଯୁବକ ଙ୍କ ଶବକୁ ରାସ୍ତା କଡ଼ରେ ଫୋପାଡି ଚାଲି ଯାଇଥିବା ଜଣା ପଡ଼ିଥିଲା। ଏହାକୁ ନେଇ ଗୋଳନ୍ଥରା ପୁଲିସ ପକ୍ଷରୁ ଅପମୃତ୍ୟୁ ମାମଲାରୁ ହତ୍ୟା ମାମଲା ରୁଜୁ ହେବା ସହ ପୁଲିସ ପକ୍ଷରୁ ୩୦୬/୨୩ ରେ ମାମଲା ରୁଜୁ କରିବା ସହ ନିଜେ ଆଇଆଇସି ବିବେକାନନ୍ଦ ସ୍ବାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ। ପୁଲିସ ପକ୍ଷରୁ ମୃତକଙ୍କ ଫୋଟ କୁ ଆନ୍ଦ୍ରପ୍ରଦେଶ ର ବିଭିନ୍ନ ଥାନା ସମେତ ଓଡିଶାର ସମସ୍ତ ଥାନା କୁ ଫୋଟ ପଠାଇବା ସହ ଆଖପାଖ ଅଞ୍ଚଳରେ ବସଷ୍ଟାଣ୍ଡ ସମେତ ଅନ୍ୟାନ୍ୟ ସ୍ଥାନରେ ଫୋଟ ଲଗାଇଥିଲେ। କିନ୍ତୁ ପୁଲିସ କୁ କୈାଣସି ସୁରାକ ପାଇ ପାରିନଥିଲେ।ଗତ ଅକ୍ଟୋବର ୩ ତାରିଖରେ ସୋରଡ଼ା ଥାନା ରୁ ଗୋଳନ୍ଥରା ପୁଲିସ କୁ ଶବ ଚିହ୍ନଟ ନେଇ ଫୋନ ଆସିବା ସହ ପରିବାର ବର୍ଗ ଥାନାକୁ ଆସି ଫୋଟ ଏବଂ ମୃତକଙ୍କ ପୋଷାକ ରୁ ତାହା କୁନା ସ୍ବାଇଁ ଙ୍କ ବୋଲି ତାଙ୍କ ସ୍ତ୍ରୀ ମଞ୍ଜୁଲତା ସ୍ବାଇଁ ଚିହ୍ନଟ କରି ଘଟଣା ନେଇ ପୁଲିସ କୁ ଅବଗତ କରାଇଥିଲେ।ମୃତକ କୁନା ସୁରଟ ରହି କାମ କରୁଥିବା ବେଳେ ଗତ ଅଗଷ୍ଟ ୨୯ ତାରିଖରେ ପୁରୀ ଅହମ୍ମଦାବାଦ ଟ୍ରେନ ଯୋଗେ ଘରକୁ ଫେରିବା ପାଇଁ ଟ୍ରେନ ଚଢି ଥିଲେ। କିନ୍ତୁ ଘଟଣା କ୍ରମରେ ଟ୍ରକ ଡ଼୍ରାଇଭର ଠାରୁ ଟଙ୍କା ଚୋରି କରିବା ଅଭିଯୋଗରେ ଟ୍ରକ ଡ଼୍ରାଇଭର ଜଣଙ୍କ କୁନାର ସ୍ତ୍ରୀ କୁ ଫୋନ ରେ ଘଟଣା ସମ୍ପର୍କରେ ଜଣାଇ ଟଙ୍କା ମାଗିଥିବା ଏବଂ ପରେ ସେମାନଙ୍କ ମୋବାଇଲ ସୁଇଚ ଅଫ ହେବା ପରେ କୁନା ଙ୍କ ନିଖୋଜ ନେଇ କୈାଣସି ସୁରାକ ପରିବାର ପାଇ ପାରିନଥିବା ଗୋଳନ୍ଥରା ପୁଲିସ କୁ ଅବଗତ କରାଇଥିଲେ। ପୁଲିସ ପକ୍ଷରୁ ଡ୍ରାଇଭର ର ଫୋନ୍ ନମ୍ୱର୍ କୁ ଟ୍ରାକିଂ କରି ଆଜି ସକାଳେ ଗିରଫ କରିବା ପରେ ହତ୍ୟା ରେ ସମ୍ପୃକ୍ତ ରହିଥିବା ଡ୍ରାଇଭର ଶଶିକାନ୍ତ ଓ ହେଲପର କମଳାକାନ୍ତ ଙ୍କ ଠାରୁ ଘଟଣା ନେଇ ସମସ୍ତ ତଥ୍ୟ ପୁଲିସ ସମ୍ମୁଖ ରେ ଉପସ୍ଥାପନ କରିଥିଲେ।ମୃତକ କୁନା ଙ୍କୁ ସେମାନେ ଗତ ଅଗଷ୍ଟ ୩୧ ତାରିଖ ଅପରାହ୍ନ ୩ ଟା ବେଳେ ସାଙ୍କୁ ସାଲୁର ଘାଟି ରାସ୍ତା ରେ ମିଶିଥିଲେ।କୁନା ଙ୍କ ନିକଟରେ ଟଙ୍କା ନଥିବା ଓ ସେ କିଛି ଖାଇନଥିବା କହିବା ପରେ ସେମାନେ ତାକୁ ଖାଇବାକୁ ଦେବା ସହ ଟ୍ରକରେ ଶୋଇବାକୁ ଜାଗା ଦେଇଥିଲେ। କିନ୍ତୁ କୁନା ଟ୍ରକରେ ରେ ଡ୍ରାଇଭର ଶଶିକାନ୍ତ ଙ୍କ ପର୍ସ କୁ ଚୋରାଇବା ସହ ସେଥିରୁ ୨,୬୦୦ ଟଂକା ବାହର କରି ନିଜ ପକେଟ୍ ରେ ରଖିବା ସହ ପର୍ସ ରେ ଥିବା ୧୦ ହଜାର ସହ ପର୍ସ କୁ କେଉଁଠାରୁ ଲୁଚାଇ ଦେଇଥିଲେ। ଶଶିକାନ୍ତ ଟ୍ରକ କୁ ଆସି ପର୍ସ ନପାଇବାରୁ କୁନା ଙ୍କୁ ସନ୍ଦେହ କରିବା ସହ ପଚରାଉଚରା କରିଥିଲେ, କିନ୍ତୁ କୁନା ସନ୍ତୋଷ ଜନକ ଉତ୍ତର ନଦେବାରୁ କୁନାର ହାତକୁ ଏକ ରୁମାଲ ବାନ୍ଧି ଟ୍ରକରେ ରଖିବା ସହ ପ୍ଲାଷ୍ଟିକ ପାଇପ ରେ ମାଡ଼ ମାରି ନେଇ ଆସିଥିଲେ।ଘଟଣା ପରେ ଏହା ନେଇ କୁନା ର ସ୍ତ୍ରୀ ମଞ୍ଜୁଲତା ସହ ଭିଡ଼ିଓ କଲରେ ଶଶିକାନ୍ତ କଥା ହେବା ସହ ଟଙ୍କା ଚୋରି ନେଇ ଅବଗତ କରାଇଥିଲେ।ଏହା ନେଇ ସ୍ତ୍ରୀ ମଞ୍ଜୁଲତା ସେମାନଙ୍କୁ ଫୋନ ପରେ ଯୋଗେ ଟଙ୍କା ପଠାଇ ଦେବେ ବୋଲି କହିଥିଲେ। କିନ୍ତୁ ରାସ୍ତା ରେ ଆସିବା ସମୟରେ କୁନାର ଶ୍ରୀକାକୁଲମ ଠାରେ ମୃତ୍ୟୁ ଘଟିଥିଲା।କୁନାର ମୃତ୍ୟୁ ହେବା ପରେ ଉଭୟେ ଶଶିକାନ୍ତ ଓ କମଳାକାନ୍ତ ଡରି ଯିବା ସହ କୁନାର ମୃତ ଦେହକୁ ଭାଲିଆଗଡ ରାସ୍ତା ରେ ଫୋପାଡିବା ସହ ମୋବାଇଲ କୁ ବନ୍ଦ କରିଦେଇଥିଲେ ବୋଲି ପୁଲିସ ସମ୍ମୁଖ ରେ ବୟାନ ଦେଇଥିଲେ।ଏହା ସହ ମୃତକ କୁନା ର ପରିବାର ପକ୍ଷରୁ ସେମାନଙ୍କୁ ଯୋଗାଯୋଗ କରାଯିବା ପରେ ଗିରଫ ହେବା ଭୟରେ ଉଭୟ ମୋବାଇଲ ସିମ କୁ ଫୋପାଡି ଦେଇ ଲୁଚି ବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୁଲିସ ପକ୍ଷରୁ ତଦନ୍ତ କରି ଶେଷରେ ଉଭୟଙ୍କୁ ଗିରଫ କରିବା ସହ ଘଟଣା ସମୟରେ ବ୍ୟବହୃତ ଟ୍ରକ ଓଡି ୦୫ ଏ ଟି ୫୦୨୩ କୁ ମଧ୍ୟ ଜବତ କରିଥିବା ଆଇଆଇସି ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି