Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ବିଜୟା ଦଶମୀ, ସାରା ରାଜ୍ୟରେ ପାର୍ବଣର ମାହୋଲ

ଭୁବନେଶ୍ବର: ଶାରଦୀୟ ଦୁର୍ଗା ପୂଜାର ଆଜି ଅନ୍ତିମ ପର୍ବ, ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପର୍ବ ବିଜୟା ଦଶମୀ । ଏଥିପାଇଁ ସାରା ରାଜ୍ୟ ଉତ୍ସବ ମୁଖର ।
ମନ୍ତ୍ରପାଠ ଓ ପୂଜାର୍ଚ୍ଚନାରେ କମ୍ପୁଛି ବିଭିନ୍ନ ପୂଜା ମଣ୍ଡପ । ସକାଳୁ ସକାଳୁ ଶ୍ରଦ୍ଧାଳୁ ମଧ୍ୟ ମଣ୍ଡପ ନିକଟରେ ଲାଇନ ଲଗାଇଛନ୍ତି । ଆଜି କିଛି ପୂଜା ମଣ୍ଡପରେ ସିନ୍ଦୁର ଖେଳ ପରମ୍ପରା ମଧ୍ୟ ରହିଛି ।
ମେଲାଣି ନେବା ଆଗରୁ ଦଶମୀରେ ମା’ଙ୍କ ଦିବ୍ୟ ରୂପ ଦେଖିବାକୁ ଭକ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ରୀତିନୀତି ମୁତାବକ ବିଜୟା ଦଶମୀରେ ମାଆଙ୍କ ପଞ୍ଚ ଉପଚାର ପୂଜା ଓ ଏହାପରେ ଅପରାଜିତା ପୂଜା ହେବାର ପରମ୍ପରା ରହିଛି । ଏହି ଅବସରରେ ଆଜି ବିଭିନ୍ନ ପୂଜା ମଣ୍ଡପରେ ରାବଣ ପୋଡ଼ିର ଆୟୋଜନ ମଧ୍ୟ କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ