ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଜଗତଜନନୀ ମାଆ ଦୁର୍ଗାଙ୍କ ଭସାଣ ଉତ୍ସବ । ଚଳିତବର୍ଷ ବିନା ଡିଜେରେ ମାଆଙ୍କ ଭସାଣ ପାଇଁ ସରକାର ଘୋଷଣା କରିଥିଲେ । ହେଲେ ଡିଜେ ବଜାଇବା ପାଇଁ ରାଜଧାନୀର ପୂଜା କମିଟି ଗୁଡିକୁ ଅନୁମିତ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପିନାକ ମିଶ୍ର । ତେବେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଡିଜେ ବଜାଇବାକୁ ପୂଜା କମିଟିଗୁଡିକୁ ଅବଗତ କରାଯାଇଥିବା ଡିସିପି ସୂଚନା ଦେଇଛନ୍ତି ।
ଡିସିପି କହିଛନ୍ତି, ଡିଜେ ବଜାଇବାକୁ ଅନୁମତି ଦିଆଯାଇଛି । ହେଲେ ନିୟମ ମୁତାବକ ପୂଜା କମିଟିମାନେ ଡିଜେ ବଜାଇବେ । ଯିଏ ନିୟମ ଅମାନ୍ୟ କରିବ ତାଙ୍କ ବିରୋଧରେ ଆକ୍ସନ ନିଆଯିବ । ଡିଜେ ଗାଡ଼ି ସିଜ୍ କରାଯିବ ବୋଲି ଡିସିପି କହିଛନ୍ତି ।