Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜିଠୁ ମାଆ ଗଜଲକ୍ଷ୍ମୀଙ୍କ ପୂଜା, ସାରା ରାଜ୍ୟ ଉତ୍ସବମୁଖର

ଢେଙ୍କାନାଳ/କେନ୍ଦ୍ରାପଡ଼ା: ଜଗତଜନନୀ ମାଆ ଦୁର୍ଗା ମେଲାଣି ନେବା ପରେ ଧାରାବତରଣ କରିଛନ୍ତି ମାଆ ଗଜଲକ୍ଷ୍ମୀ । ମାଆ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ସାରା ରାଜ୍ୟରେ ପୂରପଲ୍ଲୀ ଉତ୍ସବମୁଖର ହୋଇଯାଇଛି । ରାଜ୍ୟର କୋଣ ଅନୁକୋଣରେ ମା’ଙ୍କ ପୂଜା ବେଶ୍‌ ଜାକଜମକରେ ଅନୁଷ୍ଠିତ ହେଉଛି । ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧ ଲାଭ କରିଥିବା ଢେଙ୍କାନାଳ ଓ କେନ୍ଦ୍ରାପଡ଼ାରେ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି ।

ଢେଙ୍କାନାଳର ବିଭିନ୍ନ ମଣ୍ଡପରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ସୁସଜ୍ଜିତ ହୋଇଥିବା ବେଳେ ତୋରଣ କାମ ବି ଶେଷ ହୋଇଛି । ଉଭୟ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ପାଇଁ ସ୍ୱତନ୍ତ୍ର ଓ ଭବ୍ୟ ଆୟୋଜନ ହୋଇଛି । ମୀନାବଜାର, ଗଣେଶ ବଜାର, ଲକ୍ଷ୍ମୀ ବଜାର, କୈବଲ୍ୟ ବଜାର, ଗୁଡ଼ିଆ ନାଳୀ ଆଦି ବଜାରର ଚାନ୍ଦି ମେଢ କରାଯାଇଛି । ଆଜିଠାରୁ ୧୧ଦିନ ବ୍ୟାପି ଚାଲିବ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଢେଙ୍କାନାଳରେ ୩୮ଟି ପୂଜା ମଣ୍ଡପରେ ମାଆଙ୍କୁ ପୂଜାର୍ଚ୍ଚନା କରାଯାଉଛି ।

ସେହିପରି ତୁଳସୀ କ୍ଷେତ୍ର କେନ୍ଦ୍ରାପଡାରେ ଗଜଲକ୍ଷ୍ମୀ ପୂଜା ପାଇଁ ଭବ୍ୟ ଆୟୋଜନ କରାଯାଇଛି । ଏଠାରେ ସାତ ଦିନ ଧରି ମାଆଙ୍କୁ ପୂଜାର୍ଚ୍ଚନା କରାଯିବ । କେନ୍ଦ୍ରାପଡା ସହରରେ ୬୮ଟି ସ୍ଥାନରେ ଗଜଲକ୍ଷ୍ମୀଙ୍କୁ ଆରାଧନା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories