ମୁରଶୁଣ୍ଢୀ ଗଜ ଲକ୍ଷ୍ମୀପୂଜା ରେ ସୁରାସୁର ଦରବାର ଉଦଘାଟିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଠାରେ ଗୁରୁବାର ଠାରୁ ଆରମ୍ଭ ହୋଇ ଯାଇଛି ୪୨ତମ ଗଜଲକ୍ଷ୍ମୀ ପୂଜା । ଏହି ଅବସର ରେ ମୁରାସୁର ଦରବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଗଜଲକ୍ଷ୍ମୀ ପୂଜା କମିଟୀର ଉପ ସଭାପତି ଧନଞ୍ଜୟ ସାହୁ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ସ୍ଥାନୀୟ ସରପଞ୍ଚ ମନୋଜ କୁମାର ସାହୁ ମୁଖ୍ୟ ଅତିଥି ଏବଂ ସମିତି ସଭ୍ୟା ରୀତା ଗର୍ଡିଆ ଓ ସମାଜସେବୀ ସତ୍ୟଞ୍ଜିବ ମିଶ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମୁରାସୁର ଦରବାର କୁ ଉଦଘାଟନ କରିଛନ୍ତି। ଏହି ଅବସର ରେ ଅତିଥି ମାନେ ମୁର୍ଷୁଣ୍ଢୀ ଗଜଲକ୍ଷ୍ମୀ ପୂଜା କମିଟୀର କର୍ମକର୍ତ୍ତା ଙ୍କ ପ୍ରଚେଷ୍ଟା କୁ ପ୍ରଶଂସା କରିଥିଲେ । ଏହି ଯାତ୍ରାର ଉତ୍ତୋରତ୍ତର କାମନା କରିବା ସହିତ ସବୁ ପ୍ରକାର ସହାୟତା ପ୍ରଦାନ କରିବାକୁ କହିଥିଲେ । ଅତିଥି ମାନଙ୍କୁ ଉତ୍ତରୀୟ ଓ ସ୍ମୃତି ଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସର ରେ ମୁର୍ଷୁଣ୍ଢୀ ଗଜଲକ୍ଷ୍ମୀ ପୂଜା ଆରମ୍ଭ କରିଥିବା ଗ୍ରାମର ପାଞ୍ଚ ଜଣ ବରିଷ୍ଠ ନାଗାରୀକ ଙ୍କୁ ଆୟୋଜକ ଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ପରେ ମୁକ୍ତାକାଶ ରଙ୍ଗମଞ୍ଚରେ ଆରମ୍ଭ ହୋଇଥିଲା ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଲିଳା ନାଟକ । ନାଟ୍ୟାଭିକ୍ରମରେ କର୍ଣ୍ଣାଟ ପ୍ରଦେଶରେ ମୁରାସୁର ର ରାଜ୍ୟଭିଶେକ , କଣ୍ଠ , ବିକଣ୍ଠ ଙ୍କୁ ସେନାପତି ଭାବେ ନିଯୁକ୍ତି, ମୁରାସୁର ର ସ୍ବର୍ଗପୁର ଆକ୍ରମଣ ଏବଂ ଦେବରାଜ ଇନ୍ଦ୍ର ଙ୍କୁ ପରାସ୍ତ ଆଦି ପର୍ଯ୍ୟାୟ କ୍ରମେ ପରିବେଷଣ ହୋଇଥିଲା । ଏଥିରେ ମୁରାସୁର ଭୁମିକାରେ ଅନ୍ତର୍ଡା,(ବିନିକା) ର ଗୋପାଳ ପଣ୍ଡା ମୁରାସୁର ଭୁମିକାରେ ଅଭିନୟ କାରୁଥିବା ବେଳେ କଣ୍ଠ ଭୂମିକାରେ ଲକ୍ଷିନ୍ଦ୍ର ଭୋଇ , ବିକଣ୍ଠ ଦେବାନନ୍ଦ ଭୋଇ ଏବଂ କିରଟୀ ମିଶ୍ର , ସୁନିଲ ରାଏ ଓ ଅନନ୍ତ ପ୍ରଧାନ ଦେବତା ମଣ୍ଡଳୀ ଭୂମିକାରେ ଅଭିନୟ କରୁଛନ୍ତି । ଏହା ସହିତ ମଞ୍ଚରେ ସମ୍ବଲପୁରୀ , ଆଧୁନିକ ଓ ଦଲଗତ ଲୋକନୃତ୍ୟ ପରିବେଷଣ ହେଉଛି । ଏହା ଦେଖିବାକୁ ସହସ୍ରାଧିକ ଦର୍ଶକ ଙ୍କ ସମାଗମ ହୋଇଥିଲା।