ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ କାନପୁର ମାହେଶ୍ୱରୀ ଡିମୂଳ ପିଠ ଠାରେ ଆଜି ଜିଲ୍ଲା ଡୁମାଳ ପରିଷଦ ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ବାର୍ଷିକ ସାଧାରଣ ବୈଠକ ଓ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ଆୟୋଜିତ ବୈଠକରେ ଜିଲ୍ଲା ସଭାପତି ଅଶ୍ଵିନୀ କୁମାର ମହାକୁର ଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବରେ ରାଜ୍ୟ ଡୁମାଳ ପରିଷଦ ଉପ ସଭାପତି ସୁଦାମ ଖମାରୀ ଯୋଗ ଦେଇଥିଲେ I ସମ୍ମାନିତ ଅତିଥି ଭାବରେ ରାଜ୍ୟ ମହିଳା ସଭାପତି ହେମାବତୀ କରଣ୍ , ସ୍ଵୟମ୍ଭୁ ନାଥ ଖଣ୍ଡଗିରି , ପୂର୍ବତନ ଜିଲ୍ଲା ସଭାପତି ଭୂଷଣ କୁମାର ପାତ୍ର , ଲୋକନାଥ ମାହାର , ଗୋପିନାଥ ମହାକୁର , କୌଶଲ୍ୟା ପ୍ରଧାନ , ଦେବଜାନୀ ମେଷୁଆ , ବିଜୟ ପ୍ରଧାନ , ଶଶିକାନ୍ତ ପ୍ରଧାନ , ଲକ୍ଷ୍ମଣ ବସ୍ତିଆ , କଳ୍ପ ମହାକୁର ପ୍ରମୁଖ ଉପସ୍ଥିତ ଥିଲେ I ଜିଲ୍ଲା ସମ୍ପାଦକ କିଶୋର କର୍ମୀ ଜିଲ୍ଲା ବାର୍ଷିକ ବଜେଟ ଉପସ୍ଥାପନା କରିଥିଲେ । ଏହି ବୈଠକରେ ବିଶେଷ କରି ସାଙ୍ଗଠାନିକ ସଂସ୍କାର , ଜାତି ଭିତ୍ତିକ ସମସ୍ୟା , ନାରୀ ସଶକ୍ତିକରଣ , ନାରୀ/ପୁରୁଷ ନିର୍ଯ୍ୟାତନା , ସାଧାରଣ ଜାତିଭାଇଙ୍କ ଆଲୋଚନା ଆଦି ବିଷୟରେ ଆଲୋଚନା ହୋଇଥିଲା। ଡୁମାଳ ସମାଜର ଇତିହାସ , ବିକାଶ , ଉଦ୍ଦେଶ୍ୟ , ଲକ୍ଷ୍ୟ ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ହୋଇଥିଲା । ଅର୍ଜୁନ ପଧାନ , କାର୍ତ୍ତିକ ଖଣ୍ଡଗିରି , ମନୋରଞ୍ଜନ ମହାକୁର ପ୍ରମୁଖ ବହୁ ଜାତି ଭାଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ କୃଷ୍ଣ ଚନ୍ଦ୍ର କମ୍ପ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ ।