Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଅତିକ ଅହମ୍ମଦ କବଳରୁ ମୁକ୍ତ ଜମିରେ ରହିବେ ୭୬ ପରିବାର, ପିଏମ ଆବାସ ଯୋଜନାରେ ମିଳିବ ଘର

ପ୍ରୟାଗରାଜ: ମାଫିଆ ଡନ ଅତିକ ଅହମ୍ମଦ କବଜାରୁ ମୁକ୍ତ ଜମି ଉପରେ ଗରିବଙ୍କ ରହିବା ପାଇଁ ନିର୍ମାଣ ହେବ ବାସଗୃହ। ସରକାର ପ୍ରୟାଗରାଜର ଲୁକରଙ୍ଗଜରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କ ପାଇଁ ଘର ନିର୍ମାଣ କରିବେ। ରିପୋର୍ଟ ଅନୁଯାୟୀ, ଏହି ଯୋଜନାରେ ୭୬ ପରିବାର ଉପକୃତ ହେବେ।

ଜନୈକ ଅଧିକାରୀଙ୍କ ଅନୁଯାୟୀ, ୧୭୩୧ ବର୍ଗ ମିଟର ଜମି ଉପରେ ତିନି ମହଲା ବିଶିଷ୍ଟ ଦୁଇଟି କୋଠା ନିର୍ମାଣ କରାଯିବ। ଗୋଟିଏ କୋଠାରେ ୩୬ଟି ଏବଂ ଅନ୍ୟ କୋଠାରେ ୪୦ ପରିବାରଙ୍କ ରହିବେ। ୭୬ଟି ବାସଗୃହ ପାଇଁ ୬ ହଜାରରୁ ଅଧିକ ଲୋକ ଅନଲାଇନ୍ ଆବେଦନ କରି ସାରିଛନ୍ତି। ଏପରିକି ପ୍ରୟାଗରାଜ ଡେଭଲପମେଣ୍ଟ ଅଥରିଟିଙ୍କୁ ୩ କୋଟି ୧୬ ଲକ୍ଷ ଟଙ୍କାର ଗ୍ୟାରେଣ୍ଟି ମଧ୍ୟ ମିଳି ସାରିଛି। ଏହାର ଯାଞ୍ଚ କରାଯିବ ଏବଂ ଲଟେରୀ ଜରିଆରେ ଲାଭାର୍ଥୀଙ୍କୁ ଘର ଆବଣ୍ଟନ କରାଯିବ।

ଅଧିକାରୀ କହିଛନ୍ତି, ଯେଉଁ ଲୋକଙ୍କୁ ଲଟେରୀ ଆଧାରରେ ଫ୍ଲାଟ୍ ମିଲିବ ନାହିଁ, ସେମାନଙ୍କୁ ଗ୍ୟାରେଣ୍ଟି ବାବଦରେ ଦେଇଥିବା ଟଙ୍କା ଫେରାଇ ଦିଆଯିବ। ଯେଉଁ ଲାଭାର୍ଥୀଙ୍କୁ ଘର ମିଳିବ ସେମାନଙ୍କୁ ୩ ଲକ୍ଷ ୫୦ ହଜାର ଟଙ୍କା ଜମା କରିବାକୁ ପଡିବ। କୁହାଯାଉଛି ଆବେଦନକାରୀଙ୍କ ମଧ୍ୟରୁ ପ୍ରାୟ ୨ ହଜାର ଲୋକ ଯୋଗ୍ୟ ଅଟନ୍ତି।