Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୂମିହୀନଙ୍କୁ ପଟ୍ଟା ଦେବା ଯୋଗାଇବା ପାଇଁ —କ୍ଷେତ୍ର ପରିଦର୍ଶନ କଲେ ପ୍ରଶାସନିକ ଅଧିକାରୀ

ଚିପିଲିମା,ସମ୍ବଲପୁର ଜିଲ୍ଲା ଧନକୌଡା ବ୍ଲକ କଲାମାଟି ପଞ୍ଚାୟତରେ ଅନେକ ହିତାଧିକାରୀମାନଙ୍କ ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ସୁଦ୍ଧା ଭୂମିହୀନ ଥିବାରୁ ସ୍ଥାୟୀ ପଟ୍ଟା ବାଧକ ସାଜିଛି l ଯାହାକି ପ୍ରଶାସନର ଚିନ୍ତା ବଢ଼ାଇଦେଇଛି l ସୂଚନା ଅନୁଯାୟୀ କଳାମାଟି ପଞ୍ଚାୟତର ଚିପିଲିମା ରାସ୍ତା କଡରେ ଥିବା କଲାପଡା, କଦମପଡା ଆଦି ଅଞ୍ଚଳରେ ଅନ୍ୟ ଜିଲ୍ଲାରୁ ଆସି ଦୀର୍ଘ ବର୍ଷ ହେଲା ଭୂମିହୀନ ଲୋକ ରହିଆସୁଛନ୍ତି l ଅଧିକାଂଶ ଲୋକ ଆବାସ ଗୃହ ପାଇଁ ଯୋଗ୍ୟ ଥିଲେ ସୁଦ୍ଧା ସ୍ଥାୟୀ ପଟ୍ଟା ନଥିବାରୁ ସେମାନଙ୍କୁ କାର୍ଯ୍ୟାଦେଶ ଦିଆଯାଇ ପାରୁନାହିଁ l ଭୂମିହୀନଙ୍କୁ ପଟ୍ଟା ପ୍ରଦାନ ଦାବି ନେଇ ସ୍ଥାନୀୟ ସରପଞ୍ଚ ଅନେକଥର ଦାବିକରି ଆସୁଥିବାବେଳେ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଧର୍ମେନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ସଦର ତହସିଲଦାର ମନୋଜ କୁଜୁର, ସ୍ଥାନୀୟ ସରପଞ୍ଚ ଡ଼ଃ ସୁଷମା ସାହୁ, ଜିଲ୍ଲା ପ୍ରୋଗ୍ରାମ ଅଧିକାରୀ ରଂଜିତା କୁମାରୀ, ବ୍ଲକ ପ୍ରୋଗ୍ରାମ ମେନେଜର ବନ୍ଦନା କୁଅଁର, ଚିପିଲିମା ରାଜସ୍ବ ଅଧିକାରୀ ରଘୁନନ୍ଦନ ବଢ଼ାଇ, ଇଓ ଗଗନ ବିହାରୀ ପଟେଲ, ଜିଆରଏସ ରେଶମା ନାଥ ପ୍ରମୁଖ ଯାଇ ଭୂମିହୀନ ଯୋଗ୍ୟ ହିତାଧିକାରୀଙ୍କ କ୍ଷେତ୍ର ପରିଦର୍ଶନ କରି ସେମାନଙ୍କ ସହ ଆଲୋଚନା କରି ଫେରିଥିବା ଜଣାପଡିଛି l ଏନେଇ ଭୂମିହୀନ ହିତାଧିକାରୀଙ୍କ ମନରେ ଏକ ନୁଆଁ ଆଶା ସଞ୍ଚରିତ ହୋଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ