Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାସ୍ତା ଉପରେ ଜଳିଗଲା ପେପର ବୋଝେଇ ଟ୍ରକ୍

ରାୟଗଡ଼ା: ଜେକେପୁର କାଗଜ କଳରୁ କାଗଜ ନେଇ ରାଞ୍ଚି ଅଭିମୁଖେ ଯାଉଥିବା ବେଳେ ନିଆଁ ଲାଗି ଜଳିଗଲା ଟ୍ରକ । ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତଗର୍ତ ବୃନ୍ଦାବାଡି ଗାଁ ନିକଟରେ ନିଆଁ ଲାଗିଯାଇଥିଲା ।
ଗ୍ରାମବାସୀ ନିଆଁ ଲିଭାଇବାକୁ ଚେଷ୍ଠା କରି ବିଫଳ ହୋଇଥିଲେ । ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚିବା ପୂର୍ବରୁ ଗାଡିଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ସଟ୍ ସର୍କିଟ ଯୋଗୁଁ ଟ୍ରକରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ବିଷମକଟକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ