Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ବସ୍ ଇଞ୍ଜିନରେ ଲାଗିଲା ନିଆଁ

ବାଲେଶ୍ବର: ବସଷ୍ଟାଣ୍ଡରେ ଛିଡ଼ା ହୋଇଥିଲା ବସ୍ । ହଠାତ ଲାଗିଲା ନିଆଁ । ଘଟଣା ଘଟିଛି ବାଲେଶ୍ବର ବସଷ୍ଟାଣ୍ଡରେ । ତେବେ ବସଟି ଖାଲିଥିବାରୁ କେହି ମୃତାହତ ହୋଇନାହାନ୍ତି । ବାତ୍ୟା ‘ଦାନା’ ଯୋଗୁଁ ଦୁଇଦିନ ହେବ ବସଟି ଚଳାଚଳ ନକରି ଷ୍ଟାଣ୍ଡରେ ଛିଡ଼ାହୋଇଛି ।

ଆଜି ସକାଳୁ ହଠାତ କୌଣସି କାରଣରୁ ବସର ଇଞ୍ଜିନରେ ନିଆଁ ଲାଗି ଯାଇଥିଲା । ସେଠାରେ ଉପସ୍ଥିତ ଲୋକେ ତୁରନ୍ତ ଏନେଇ ବସ୍ ମାଲିକଙ୍କୁ ଖବର ଦେବା ସହ ଅଗ୍ନିଶମ ବାହିନୀକୁ ଜଣାଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ସଟ ସର୍କିଟରୁ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories