Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମାଛ ପାଇଁ ହୋଟେଲରେ ରୋଷେୟାଙ୍କୁ ପନିକିରେ ହାଣିଦେଲେ କର୍ମଚାରୀ

ଭୁବନେଶ୍ବର: ମାଛ ପାଇଁ ରାଜଧାନୀରେ ହତ୍ୟା । ଡମଣା ଛକରେ ଥିବା ହୋଟେଲ ତାରାଦେଇରେ ଘଟିଛି ଏପରି ଏକ ଅଭାବନୀୟ କାଣ୍ଡ ।ସାମାନ୍ୟ ମାଛ ପାଇଁ ରୋଷେୟାଙ୍କୁ ହତ୍ୟା କଲା ଅନ୍ୟ ଜଣେ ହୋଟେଲର କର୍ମଚାରୀ । ମୃତକ ହୋଟେଲ ରୋଷେୟା ପୀତାମ୍ବର ଜେନା ବୋଲି ଜଣାଯାଇଛି । ମୃତ ପୀତାମ୍ବରଙ୍କ ଘର ଗଞ୍ଜାମ ସୋରଡ଼ାରେ । ସେ ୧୫ ବର୍ଷ ଧରି ଉକ୍ତ ହୋଟେଲରେ ରୋଷେୟା ଭାବେ କାମ କରୁଥିଲେ ।

ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତ ରାତିରେ ମାଛ ଖାଇବାକୁ ନେଇ ହୋଟେଲର ଜଣେ କର୍ମଚାରୀ ଓ ପୀତାମ୍ବରଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ଅଭିଯୁକ୍ତ ଜଣକ ପୀତାମ୍ବରଙ୍କୁ ଗୋଡ଼ାଇ ଗୋଡ଼ାଇ ପନିକିରେ ହାଣିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା । ଦୁର୍ବୁତ୍ତ ପନିକିରେ ହାଣି ସାରିବା ପରେ, ମୃତଦେହକୁ ଲୁଚାଇବା ପାଇଁ କରୁଥିଲା ଯୋଜନା । ମାତ୍ର ତାହା ସମ୍ଭବ ନ ହେବାରୁ ଫେରାର ହୋଇଯାଇଛି ଅଭିଯୁକ୍ତ । ଖବର ପାଇ ପୋଲିସ୍‌ ଓ ମୃତକଙ୍କ ପରିବାର ଲୋକେ ହୋଟେଲ ନିକଟରେ ପହଞ୍ଚିଛନ୍ତି ।