Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଦୀପାବଳି ଅଘଟଣ: ଜଣେ ମୃତ, ୨୫ ଆହତ

ଭୁବନେଶ୍ବର: ଆଲୋକର ପର୍ବ ଦୀବାପଳି ଗତକାଲି ପାଳନ ହୋଇଛି । ଏହା କାହା ପାଇଁ ସୁଖ ସମ୍ପୃଦ୍ଧି ନେଇ ଆସିଛି ତ ଆଉ କାହା ପରିବାରରେ ଲୁହ ଭରି ଦେଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଦୀପାବଳି ଅଘଟଣରେ ଜଣଙ୍କ ଜୀବନ ଯାଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି । ବାଣ ଫୁଟାଇବା ବେଳେ ଏହି ସବୁ ଛୋଟ ବଡ଼ ଦୁର୍ଘଟଣା ଘଟିଛି ।

ରାଜଧାନୀର ବିଭିନ୍ନ ସ୍ଥାନରେ ବାଣ ଫୁଟାଇଲା ବେଳେ ଅଘଟଣ ଘଟି ୧୫ରୁ ଅଧିକ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସେହିପରି ପୁରୀ ସଦର ଥାନା ବାଟଗାଁରେ ବାଣ ବିସ୍ଫୋରଣରେ ଜଣେ ମହିଳା ସହ ୨ ଜଣ ଯୁବକ ଆହତ ହୋଇଥିଲେ । ସମସ୍ତଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୨ ଗୁରୁତରଙ୍କୁ ଭୁବନେଶ୍ୱର ଏମସରେ ଭର୍ତ୍ତ କରାଯାଇଛି ।

ଏଥିସହ ବାଲେଶ୍ୱର ଜିଲ୍ଲାର ସୋର ଅଞ୍ଚଳରେ ବାଣ ଫୁଟାଇବା ବେଳେ ଭିନ୍ନ ଭିନ୍ନ ସ୍ଥାନରେ ଅଘଟଣ ଘଟି ୮ ଜଣ ଆହତ ହୋଇଛନ୍ତି । ଅଧିକାଂଶ ଛୋଟ ପିଲା ବାଣ ଫୁଟାଇବା ବେଳେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି । ରାୟଗଡ଼ା ଜିଲ୍ଲା ଜଗନ୍ନାଥ ମନ୍ଦିର ସାହିରେ ବାଣ ନିଆଁରେ ଦୋକାନ ଘର ଜଳିଯାଇଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।