Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳସ ଯାତ୍ରା ସହ ଜାମଗାଁ ଆଞ୍ଚଳିକ କାଳୀପୂଜା ଆରମ୍ଭ

ଝାରସୁଗୁଡା ୧/୧୧ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଜାମଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜାମଗାଁ ଆଞ୍ଚଳିକ ମାଁ କାଳୀଙ୍କ ଶକ୍ତିପୀଠରେ କଳସ ଯାତ୍ରା ସହ ଗୁରୁବାର ଠାରୁ ମାଁ ଙ୍କ ପାର୍ବଣ ପୂଜା ଆରମ୍ଭ ହୋଇ ଯାଇଛି । କାର୍ତ୍ତିକ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଗୁରୁବାର ରାତ୍ର ୯ ଟା ସମୟରେ ଘଣ୍ଟାଶଙ୍ଖ ବାଦ୍ୟ ସହ ଏକ ଶୋଭାଯାତ୍ରାରେ ଯାଇ ନିକଟସ୍ଥ ବନ୍ଧରୁ ଜଳପୁର୍ଣ୍ଣ କଳସ ଆଣି ବିଧି ଅନୁସାରେ ପୂଜା ମଣ୍ଡପ ରେ ସ୍ଥାପନ କରା ଯାଇଥିଲା । ଏହା ପରେ ପଣ୍ଡିତଙ୍କ ଦ୍ୱାରା ଅଗ୍ନି ସ୍ଥାପନ, ଦେବୀ ପୂଜନ ଆଦି କାର୍ଯ୍ୟ ହୋଇଥିବା ବେଳେ ଆଜି ଶୁକ୍ରବାର ସକାଳ ୮ ଟାରେ ଦେବୀ ସ୍ନାନ, ଆବାହନ,ହୋମ ଯଜ୍ଞ, ଚଣ୍ଡୀପାଠ, ଆଳତୀ ଆଦି ମା ଙ୍କ ପୂଜାବିଧି ସମ୍ପନ୍ନ ହୋଇଥିଲା । ଙ୍କ ପାର୍ବଣ ପୂଜାକାର୍ଯ୍ୟରେ ଅକ୍ଷୟ ପଧାନ ଓ ପତ୍ନୀ ସବିତା ପଧାନ ମୁଖ୍ୟ କର୍ତ୍ତା ଦାୟିତ୍ୱ ନିର୍ବାହ କରୁଥିବା ବେଳେ ଡମ୍ବରୁ ଧର ପଧାନ, ଡୋଳାମଣି ପଧାନ, ଗଣେଶ ରାମ ପଧାନ, ନରେନ୍ଦ୍ର ପଧାନ, ସନତ ବାରିକ, ଉମା ଶଙ୍କର ପଧାନ, କିଶୋର ପଧାନ, କୃଷ୍ଣଚନ୍ଦ୍ର ବାରିକ, ଭରତ ପଧାନ, ଲୀଳାବତୀ ପଧାନ,ବାସନ୍ତୀ ପଧାନ, ସୋମନାଥ କାଲୋ, ତ୍ରିନାଥ ଭୋଇ, ଯତୀନ୍ଦ୍ର ବାରିକ, ଧନଞ୍ଜୟ ପଧାନ,ଜୟକୃଷ୍ଣ ପଧାନ,ତୋଷରାମ ପଧାନ,ଅଶୋକ ପସାୟତ, ନନ୍ଦଲାଲ ପଧାନ,ବିକି ଖମାରୀ, ଜିତ କାଶିପଳିଆ ସହଯୋଗୀ କର୍ତ୍ତା ରୂପେ ପୂଜାକାର୍ଯ୍ୟ ରେ ସହଯୋଗ କରୁଛନ୍ତି । ପଣ୍ଡିତ ଜୟପ୍ରକାଶ ମହାପାତ୍ର, ପଣ୍ଡିତ କୃପାଚାର୍ଯ୍ୟ ମିଶ୍ର ଏବଂ ମନ୍ଦିର ପୂଜକ ଅର୍ଜୁନ ପଧାନ ହୋମଯଜ୍ଞ, ପୂଜାର୍ଚ୍ଚନା ଆଦି କାର୍ଯ୍ୟ ସମ୍ପାଦନ କରୁଛନ୍ତି ।
ଜାମଗାଁ ଆଞ୍ଚଳିକ କାଳୀପୂଜା କମିଟିର ସଦସ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ଗୋପୀନାଥ ସାଏ, ପ୍ରଦୀପ ପଧାନ,ହରିବୋଲ ପଧାନ, ପୂର୍ଣ୍ଣଚନ୍ଦ୍ର ପଧାନ, ପ୍ରକାଶ ଚନ୍ଦ୍ର ମହାନ୍ତି,ଜନେକ ରାମ ପଧାନ, ମହେନ୍ଦ୍ର କୁମାର ସାଏ, ଗୋବର୍ଦ୍ଧନ ପଧାନ,ନରେନ୍ଦ୍ର ତିହିରିଆ,ଫକୀର ପଧାନ,ଡିଲେଶ୍ୱର ପଧାନ, ଫଡ଼ିନ୍ଦ୍ର ପଧାନ,ସୁରଥ ରାମେସରିଆଙ୍କ ସମେତ ଜାମଗାଁ, ଲଛିପାଲି, ତେଲେନ, ପଧାନଡେରା,ସୁଖାଡିହି, ସାହାସବଗା, ଦର୍ରିଢିପା, କାଳୀ ମନ୍ଦିର ପଡ଼ା ଆଦି ଗ୍ରାମବାସୀ ବୃନ୍ଦ ବିଭିନ୍ନ ଦାୟିତ୍ୱ ସମ୍ପାଦନ କରୁଛନ୍ତି । ଏହି ଅବସରରେ ପ୍ରତ୍ୟେକ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି ଏବଂ ସୋମବାର ଦିନ ପୂର୍ଣ୍ଣାହୁତି ସହ ମାଁ ଙ୍କ ପୂଜା ଉତ୍ସବ ସମ୍ପନ୍ନ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ