Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଟ୍ରେନ ଧକ୍କାରେ ଗଲା ଆଉ ଏକ ହାତୀର ଜୀବନ

ଢେଙ୍କାନାଳ: ଟ୍ରେନ ଧକ୍କାରେ ଗଲା ପୁଣି ଏକ ହାତୀର ଜୀବନ । ଢେଙ୍କାନାଳ ସଦର ରେଞ୍ଜ ଚିନ୍ତା ପୋଖରୀ ନିକଟ ଏହି ଦୁର୍ଘଟଣା ଘଟିଛି । ରେଳ ଧାରଣରେ ଏକ ଦନ୍ତା ହାତୀକୁ କୋଇଲା ବୋଝେଇ ଟ୍ରେନ ଧକ୍କା ଦେଇଥିଲା ।

ସୂଚନାଯୋଗ୍ୟ, ୪୯ ଟିକିଆ ହାତୀପଲ ରେଳ ଲାଇନ୍ ପାର ହେଉଥିବା ବେଳେ କୋଇଲା ଟ୍ରେନଟି ଧକ୍କା ଦେଇଥିଲା । ବନ ବିଭାଗ ତରଫରୁ ସନ୍ଧ୍ୟା ୬ଟାରୁ ସକାଳ ୬ଟା ମଧ୍ୟରେ ସତର୍କତା ପ୍ରଦାନ କରାଯାଇଥାଏ । ହେଲେ ଟ୍ରେନ ଚାଳକ ସତର୍କ ସୂଚନାକୁ ମାନି ନଥିବା ଜଣାପଡିଛି । ତେଣୁ ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି ।

ଘଟଣା ସ୍ଥଳରେ ଢେଙ୍କାନାଳ ଡିଏଫଓଙ୍କ ସହ ଅନ୍ୟ ବନ କର୍ମଚାରୀ ପହଞ୍ଚିଛନ୍ତି । ମୋଟଙ୍ଗା ଥାନା ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । ମୃତ ହାତୀର ଣବ ଜବତ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।