Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମାଆ ତାରାତାରିଣୀ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆରାଧ୍ୟା ଦେବୀ ମାଆ ତାରାତାରିଣୀଙ୍କ ମନ୍ଦିରରୁ ଚୋରି । ଗତକାଲି ବିଳମ୍ବିତ ରାତିରେ ମାଆଙ୍କ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ପ୍ରାୟ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ଫେରାର ହୋଇ ଯାଇଛନ୍ତି । ଘଟଣା ସ୍ଥଳରେ ପୁରୁଷୋତ୍ତମପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଗତକାଲି ମଧ୍ୟ ରାତ୍ରରେ ଦୁର୍ବୃତ୍ତମାନେ ମନ୍ଦିରର ଗ୍ରିଲ ଭାଙ୍ଗି ଭିତରେ ପଶିଥିଲେ । ମାଆଙ୍କ ରୂପା ମୁକୁଟ, ଛତ୍ରି, ସହ ବାହାର ହୁଣ୍ଡିରୁ ଲୁଟ କରିଛନ୍ତି । ସେମାନେ ପ୍ରାୟ ଲକ୍ଷାଧିକ ଟଙ୍କାର ଅଳଙ୍କାର ସହ ଟଙ୍କା ନେଇ ଯାଇଥିବା ଜଣାଯାଇଛି ।

ଖବର ପାଇ ଆଜି ସକାଳେ ପୋଲିସ ମନ୍ଦିରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ପ୍ରଚାରିତ ହେବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଏନେଇ ମନ୍ଦିରର ମୁଖ୍ୟ ପୂଜକ କହିଛନ୍ତି, ଗତ ରାତିରେ କିଛି ଦୁର୍ବୃତ୍ତ ମୁଖ୍ୟଦ୍ୱାର ତାଲା ଭାଙ୍ଗି ଗର୍ଭଗୃହର ତାଲା ଭାଙ୍ଗି ଭିତରେ ପଶିଥିଲେ । ଏହାପରେ ସେମାନେ ରୂପାମୁଖା, ଛତ୍ର ସମେତ ବହୁ ଅଳଙ୍କାର ଚୋରି କରି ନେଇଛନ୍ତି । ମନ୍ଦିରରେ ସିସିଟିଭି ବ୍ୟବସ୍ଥା ନାହିଁ । ମନ୍ଦିରର ସୁରକ୍ଷା ବ୍ୟବସ୍ଥା ପ୍ରତି ଟ୍ରଷ୍ଟ ଧ୍ୟାନ ଦେଉ ନଥିବାରୁ ଏପରି ଘଟଣା ଘଟିଲା ବୋଲି ସେ ଅଭିଯୋଗ କରିଛନ୍ତି ।