Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କାରକୁ ଧକ୍କା ଦେଇ ଓଲଟିଲା ଆଉ ଏକ କାର

ଭୁବନେଶ୍ବର: କାର ସହ ପିଟି ହେଲା କାର । ଧକ୍କା ଦେବା ପରେ ପଡ଼ିଲା ଓଲଟି । ଘଟଣା ଭୁବନେଶ୍ୱର  ରେଣ୍ଟାଲ କଲୋନୀରୁ ଭରତପୁର ଯିବା ରାସ୍ତାରେ ଘଟିଛି । ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । 

ଗତକାଲି ଏକ କାର ଦ୍ରୁତ ଗତିରେ ଆସି ରାସ୍ତାକଡ଼ରେ ଥିବା ଅନ୍ୟ ଏକ କାରକୁ ଧକ୍କା ଦେଇଥିଲା । ପରେ ଦୁର୍ଘଟଣାଗ୍ରସ୍ତ କାର୍‌ଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା । ଫଳରେ କାରରେ ଥିବା ୪ ଜଣ ଆହତ ହୋଇଛନ୍ତି ।

ରାସ୍ତାଉପରେ କାରଟି ଓଲଟି ପଡ଼ିଥିବାରୁ ଯାତାୟତ ପ୍ରଭାବିତ ହୋଇଥିଲା । ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାର୍‌କୁ ଓଠାଇବା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା । ପୋଲିସ ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରି ଘଟଣାର ତଦନ୍ତ କରୁଛି ।