Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାଲରେ ପଡ଼ିଲା ହେନ୍ତାଳ ବଣ କୁମ୍ଭୀର

ବାଲେଶ୍ବର: ପୂରା ରାତି କସରତ ପରେ ଜାଲରେ ପଡ଼ିଲା ହେନ୍ତାଳ ବଣରେ ବୁଲୁଥିବା କୁମ୍ଭୀର । ଭୋଗରାଇ ବ୍ଲକ ବିଚିତ୍ରପୁର ବେଳାଭୂମିରୁ ଗତକାଲି ବିଳମ୍ବିତ ରାତିରେ କୁମ୍ଭୀରଟିକୁ ଧରିଛି ବନ ବିଭାଗ । ଉଦ୍ଧାର ପରେ କୁମ୍ଭୀରଟିକୁ ଭିତରକନିକା ନିଆଯାଇଛି । କୁମ୍ଭୀରଟିର ଲମ୍ବ ପ୍ରାୟ ୮ ଫୁଟ୍ ହେବ ।

ଗତକାଲି ଅପରାହ୍ନରେ କିଛି ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବାକୁ ଯାଉଥିବାବେଳେ ହେନ୍ତାଳ ବଣ ଭିତରେ କୁମ୍ଭୀରଟି ଶୋଇଥିବା ଦେଖିବାକୁ ପାଇଥିଲେ । ଏନେଇ ବନ ବିଭାଗକୁ ଖବର ଦେଇଥିଲେ । ଭିତରକନିକାରୁ ୧୫ ଜଣିଆ ବନ ବିଭାଗର ସ୍ୱତନ୍ତ୍ର ଟିମ୍ ବିଚିତ୍ରପୁରରେ ପହଞ୍ଚି ପାଟ୍ରୋଲିଂ କରିବା ସହ ଜାଲ ବିଛାଇ ଛକି ରହିଥିଲେ । ବିଳମ୍ବିତ ରାତିରେ କୁମ୍ଭୀରଟି ଜାଲରେ ପଡ଼ିବାରୁ ଏହାକୁ ଧରିବାରେ ସଫଳ ହୋଇଥିଲା ବନ ବିଭାଗ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories