Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଭ୍ୟାନକୁ ପିଟିଲା ଡମ୍ଫର, ୫ ଗୁରୁତର

ବାଲେଶ୍ବର: ବସ୍ତା ଥାନା ଅନ୍ତର୍ଗତ ଭେଲୋର ଛକରେ ସଡ଼କ ଦୁର୍ଘଟଣା । ଏକ ପିକଅପ୍ ଭ୍ୟାନକୁ ଧକ୍କା ଦେଲା ଡମ୍ଫର । ଫଳରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଆଜି ଭୋରୁ ଭ୍ୟାନଟି ଧାମନଗରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା । ଏହି ସମୟରେ ଏକ ଡମ୍ଫର ଆସି ଭ୍ୟାନକୁ ପଛରୁ ଧକ୍କା ଦେଇଥିଲା । ଫଳରେ ଭ୍ୟାନଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା ।
ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଗାଡ଼ିକୁ ଜବତ କରିବା ସହ ଡମ୍ଫର ଚାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି ।