ଆଠଗଡ଼: ଶ୍ରୀକ୍ଷେତ୍ରରେ ଆଜିଠାରୁ ପଞ୍ଚୁକ ବ୍ରତ ଆରମ୍ଭ ହୋଇଥିବା ବେଳେ ବାବା ଧବଳେଶ୍ବରଙ୍କ ପୀଠରେ ଗତକାଲିଠାରୁ ପଞ୍ଚୁକ ଆରମ୍ଭ ହୋଇଛି । ଆଜି ଧବଳେଶ୍ୱର ପୀଠରେ ଆଜି ଦ୍ୱିତୀୟ ପଞ୍ଚୁକ ପାଳିତ ହେଉଛି । ଚନ୍ଦ୍ରଚୂଡ଼ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଦିତୀୟ ପଞ୍ଚକରେ ଭୋରରୁ ସମସ୍ତ ନୀତିକାନ୍ତି ସମ୍ପନ୍ନ ପରେ ସର୍ବସାଧାରଣ ଦର୍ଶନ ପାଇଁ ଦ୍ୱାର ଫିଟା ଯାଇଥିଲା ।
ତେବେ ରାତି ପାହିଲେ ଧବଳେଶ୍ଵରଙ୍କ ପୀଠରେ ପାଳନ ହେବ ବଡଓଷା । କାର୍ତ୍ତିକ ମାସର ଶେଷ ପର୍ବ ହେଉଛି ବଡ଼ ଓଷା । ଆଜି ହେଉଛି ଚୂନାକୁଟା ଦିବସ, ଆସନ୍ତା କାଲି ପ୍ରସ୍ତୁତ ହେବ ପ୍ରସିଦ୍ଧ ଗଜ ଭୋଗ ସହ ତରଣ । ସେଥିପାଇଁ ପୂଜକ ସମିତି ପକ୍ଷରୁ ସମସ୍ତ ଆୟୋଜନ କରାଯାଇଛି । ଏଥିପାଇଁ ପ୍ରଶାସନ ତଥା ପୂଜକ ସମାଜ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ପୀଠରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି