ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟର ବାର୍ଷିକୋତ୍ସବ ଡିସେମ୍ବର ୨୧ରୁ ୨୩ ତାରିଖ ମଧ୍ୟରେ ପାଳିତ ହେବାକୁ ଥିବାବେଳେ ଏହି ଅବସରରେ କଲେଜର ମୁଖପତ୍ର ‘ଭୂମା’ ଅଧିକ ସୁନ୍ଦର , ସୁଦୃଶ୍ୟ ତଥା ଆକର୍ଷଣୀୟ ରୂପରେ ପ୍ରକାଶିତ ହେବାକୁ ଯାଉଛି । ଏଥିରେ ଗଳ୍ପ , କବିତା , ନିବନ୍ଧ , ଭ୍ରମଣ କାହାଣୀ ସହିତ ଅଞ୍ଚଳର ଐତିହ୍ୟ , ସଂସ୍କୃତି, ପରମ୍ପରା ଉପରେ ପର୍ଯ୍ୟବେଷିତ ଲେଖାମାନ ସ୍ଥାନିତ କରାଯିବ । ତେଣୁ ଯେଉଁ ଆଗ୍ରହୀ ଛାତ୍ରଛାତ୍ରୀ ନିର୍ଦ୍ଧାରିତ ତାରିଖ ମଧ୍ୟରେ ସେମାନଙ୍କ ଲେଖା ଦେଇପାରିନାହାଁନ୍ତି ଚଳିତ ମାସ ୨୫ ତାରିଖ ସୁଦ୍ଧା ଲେଖା ଦେବାକୁ ପୁନଃ ସୁଯୋଗ ଦିଆଯାଉଛି । ଏହି ତାରିଖ ମଧ୍ୟରେ କଲେଜର ଅଧ୍ୟାପିକା , ଅଧ୍ୟାପକ ଓ ଅନ୍ୟାନ୍ୟ କର୍ମଚାରୀ ମଧ୍ୟ ସେମାନଙ୍କର ନିଜସ୍ୱ ଲେଖା ଦେଇପାରିବେ । କଲେଜର ପୁରାତନ ଛାତ୍ରଛାତ୍ରୀ ଓ ଏଠାରୁ ବଦଳି ହୋଇ ଯାଇଥିବା କିମ୍ବା ଅବସର ଗ୍ରହଣ କରିଥିବା ଅଧ୍ୟାପିକା , ଅଧ୍ୟାପକ ଓ କର୍ମଚାରୀ ମଧ୍ୟ କଲେଜ ସହ ସେମାନଙ୍କ ସ୍ମୃତି ଓ ଅନୁଭୂତି ଜଡ଼ିତ ଆଲେଖ୍ୟ ଏବଂ ଶିକ୍ଷଣୀୟ ନିବନ୍ଧ (ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ) ଯୋଗାଇ ପତ୍ରିକାକୁ ସୁସମୃଦ୍ଧ କରିବା ନିମନ୍ତେ ବିଶେଷ ଅନୁରୋଧ କରାଯାଉଛି । ଇ-ମେଲ ମାଧ୍ୟମରେ ମଧ୍ୟ ଲେଖା ପଠାଇ ପାରିବେ ବୋଲି ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢୀ ସୂଚନା ଦେଇଛନ୍ତି । ଲେଖା ପଠାଇବାର ଇ-ମେଲ ଆଇଡି ହେଲା bhumabmpurcollege@gmail.com । ଏ ସମ୍ପର୍କରେ କଲେଜ ଅଧ୍ୟକ୍ଷ ଡ.ହିମାଂଶୁ ଶେଖର ପାଢୀ ଲିଖିତ ଜଣାଇଛନ୍ତି I