Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁର ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ପାରା ଲିଗାଲ ସ୍ବେଛାସେବୀ ମାନଙ୍କ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ର ସମ୍ମିଳନୀ କକ୍ଷରେ ପାରା ଲିଗାଲ ସ୍ବେଛାସେବୀ ମାନଙ୍କର ଏକ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ୧ ଏହି ଶିବିର କୁ ଜ଼ିଲ୍ଲା ଜଜ୍ ତଥା ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀଯୁକ୍ତ ରଶ୍ମି ମୋହନ ଆଚାର୍ଯ୍ୟ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ ୧ ଏହି ଶିବିର ରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜ଼ିଲ୍ଲା ଜଜ ଶ୍ରୀମତୀ ପୁର୍ଣିମା ଜେନା, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ପ୍ରିୟ ରଞ୍ଜନ ବାରିକ, ବରିଷ୍ଠ ଦେୱାନୀ ଜଜ୍ ଶ୍ରୀଯୁକ୍ତ କମଳାକାନ୍ତ ନାୟକ, ସୁବର୍ଣ୍ଣପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ମିସ କୁମୁଦିନୀ ମୁଦୁଲି, ସିଭିଲ କୋଟ ରେଜିଷ୍ଟ୍ରାର ସୁଚରିତା ମହାନ୍ତି, ଉପଖଣ୍ଡ ସ୍ତରୀୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମିସ ମନସ୍ବିନୀ ମହାପାତ୍ର,ଅନ୍ତରାଷ୍ଟ୍ରୀୟ ଜଷ୍ଟିସ ମିଶନ ର ପ୍ରଶିକ୍ଷକ ଇବନିଜ଼ଏର ଦୀପ,ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁର ର ସଦସ୍ୟ ଶ୍ରୀଯୁକ୍ତ ବ୍ୟାମୋକେଶ ଦାଶ, ଶ୍ରୀମତୀ ମିନା ମହାରଣା ପ୍ରମୁଖ ଯୋଗ ଦେଇଥିଲେ Iବଲାଙ୍ଗୀର ଜିଲ୍ଲା ରୁ ଆସିଥିବା ରଞ୍ଜିତା ରଣା ନିଜର ଶ୍ରମିକ ଜିବନର କୋହଭରା କାହାଣୀ ସହ ତାଙ୍କ ସଫଳତା ର କାହାଣୀ କହିଥିଲେ । ସୁବର୍ଣ୍ଣପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ମିସ କୁମୁଦିନୀ ମୁଦୁଲି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀଯୁକ୍ତ ରଶ୍ମି ମୋହନ ଆଚାର୍ଯ୍ୟ ପାରା ଲିଗାଲ ସ୍ବେଚ୍ଛାସେବୀ ମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ଆଲୋଚନା କରିଥିଲେ ।ଅନ୍ତରାଷ୍ଟ୍ରୀୟ ଜଷ୍ଟିସ ମିଶନ ର ପ୍ରଶିକ୍ଷକ ଇବନିଜ଼ଏର ଦୀପ୍ ଶିଶୁ ସୁରକ୍ଷା ଆଇନ ଓ ଲେବର ଆଇନ ଉପରେ ଆଲୋକପାତ କରିଥିଲେ ।ସୋନପୁର ଏସ୍ ଡି ଜେ ଏମ୍ ମନସ୍ବିନି ମିଶ୍ର ଯୋଗଦେଇ
ପରିବାର ଏବଂ ମହିଳାଙ୍କ ଘରୋଇ ହିଂସା ଆଇନ ବିଷୟରେ ଆଲୋଚନା କରିଥିବା ବେଳେ ମିସ୍ କୁମଦିନୀ ମୁଦୁଲି ଆଇନ ସେବା ପ୍ରାଧିକରଣ ଅଧିନିୟମ, ପାରା-ଲିଗାଲ୍ ସ୍ବେଚ୍ଛାସେବୀମାନଙ୍କର ଭୂମିକା, ଉପରେ ଆଲୋଚନା କରିଥିଲେ ।ମୁଖ୍ୟ ବିଚାରପତି ମାଜିଷ୍ଟ୍ରେଟ, ସୋନପୁର ଶ୍ରୀ ପ୍ରିୟରଞ୍ଜନ ବାରିକ ମୌଳିକ ଅପରାଧିକ ନିୟମ ଉପରେ ଆଲୋଚନା କରିଥିଲେ ।
ପାରା ଲିଗାଲ ସ୍ବେଛାସେବୀ ମାନଙ୍କ ମଧ୍ୟରେ ଶ୍ରୀମତୀ ଗୀତାଞ୍ଜଳି ରଣା, ଶ୍ରୀମତୀ ପ୍ରମିଳା ବାଘ , ଶ୍ରୀ ହାଡିବନ୍ଧୁ ଖମାରି, ଶ୍ରୀ ପ୍ରେମାନନ୍ଦ ନାୟକ, ଆନନ୍ଦ ଖମାରୀ,ଦେବେନ୍ଦ୍ର ପୋଢ଼,ଶ୍ରୀମତୀ ଜ୍ୟୋତିଶ୍ରୀ ବେଉରା ଇତ୍ୟାଦି ଯୋଗ ଦେଇଥିଲେ । ଉକ୍ତ ତାଲିମ ଶିବିର ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଶ୍ରୀ ଅର୍ଜୁନ ବେହେରା, ଶ୍ରୀ ବିନ୍ଦୁସାର ମହାପାତ୍ର, ଶ୍ରୀ କେଶବ ଗୁରୁ, ଶ୍ରୀ ସିଦ୍ଧାନ୍ତ କୁମାର ବାଘ, ଶ୍ରୀ ଗୌରୀଶଙ୍କର ପାଣିଗ୍ରାହୀ, ସୁଶ୍ରୀ ଜ୍ୟୋତ୍ସ୍ନାରାଣୀ ବେହେରା, ଶ୍ରୀ କମଳ ଲୋଚନ ବେହେରା ଶ୍ରୀ କାହ୍ନୁଚରଣ ରଥ , ଶ୍ରୀ ଅନାମ ସହୂ, ବେଣୁଧର ମଲ୍ଲିକ ଓ ରଞ୍ଜନ ଭୋଇ ପ୍ରମୁଖ ସହଯୋଗ କରିଥିଲେ I