Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିପିଲିମା ଚନ୍ଦ୍ରଶେଖର ବାବା ମନ୍ଦିରରେ କାର୍ତ୍ତିକ ଚତୁର୍ଦ୍ଧଶୀ ସମାରୋହ, ଏକ ଦିବସୀୟ ନାମଯଜ୍ଞ ଅନୁଷ୍ଠିତ

ଚିପିଲିମା,ପବିତ୍ର ପୁଣ୍ୟ କାର୍ତ୍ତିକ ଚତୁର୍ଦ୍ଧଶୀ ପାଳନ ତଥା ବିଶ୍ୱ କଲ୍ୟାଣ ଉଦ୍ଧେଶ୍ୟରେ ଚିପିଲିମା ସ୍ଥିତ ଚନ୍ଦ୍ରଶେଖର ବାବା ମନ୍ଦିରରେ ଏକ ଦିବସୀୟ ନାମଯଜ୍ଞ ସମାରୋହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ପ୍ରସନ୍ନ ସାହୁ ଓ ପି କାମରାଜୂ ସପତ୍ନୀକ କର୍ତ୍ତା ଦାୟିତ୍ୱ ସମ୍ପାଦନ କରିଥିବାବେଳେ, ପଣ୍ଡିତ ପ୍ରଫୁଲ୍ଲ କୁମାର ନାୟକ ପୂଜକାର୍ଯ୍ୟ ସମ୍ପାଦନ କରିଥିଲେ l ରୀତିନୀତି ମଧ୍ୟରେ ରାଧାକୃଷ୍ଣଙ୍କ ପୂଜା, ହବନ,ପୂର୍ଣ୍ଣାହୁତୀ ଆରତୀ ପୁଷ୍ପାଞ୍ଜଳୀ ଆଦି ହୋଇଥିବାବେଳେ, ଦିନତମାମ “ହରେ କୃଷ୍ଣ ହରେ ରାମ ” ମହାମନ୍ତ୍ର ରେ ମନ୍ଦିର ପରିସର ମୁଖରିତ ହୋଇଥିଲା l ଶେଷରେ ସମସ୍ତ ଶ୍ରଦ୍ଧାଲୁଙ୍କୁ ଅନ୍ନଭୋଗ ବଣ୍ଟନ ହୋଇଥିଲା l ମନୋଜ ଦାଶ, ପି କାମରାଜୂ, ଲିଙ୍ଗରାଜୂ, ସୁରେଶ ବେହେରା, ତପନ ନାୟକ, ବିଶ୍ୱ ପୂଜାରୀ, ଲାଳଜୀ ସାହୁ, ପ୍ରମୁଖ ସମେତ ଅନେକ ଶ୍ରଦ୍ଧାଳୁ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ