Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଆରପିଏଫ ଗ୍ରୁପ କେନ୍ଦ୍ରରେ ୨୦୨୪ ପାଇଁ କ୍ରୀଡା ପ୍ରତିଯୋଗୀତା

ଚିପିଲିମା,ସମ୍ବଲପୁର ବସନ୍ତପୁର ସ୍ଥିତ ସିଆରପିଏଫ ଗ୍ରୁପ କେନ୍ଦ୍ର ପରିସରରେ ଓଡ଼ିଶା ଇଣ୍ଟରସେକ୍ଟର ବାଟାଲିୟନ (ଅପରେସନ୍) ଗ୍ରୁପ୍ କେନ୍ଦ୍ର ଏଥେଲେଟିକ ପ୍ରତିଯୋଗିତା ୨୦୨୪ ଅନୁଷ୍ଠିତ ହୋଇଛି। ୩ ଦିନ ଧରି ଆୟୋଜିତ କ୍ରୀଡାରେ ବାଟାଲିୟନର ଖେଳାଳି ଏବଂ ଓଡ଼ିଶାରେ ନିୟୋଜିତ ସିଆର୍‌ପିଏଫ୍ ଗ୍ରୁପ କେନ୍ଦ୍ର ମଧ୍ୟରେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଗ୍ରୁପ କେନ୍ଦ୍ର ସମ୍ବଲପୁରର ଉପ ମହାନିରୀକ୍ଷକ ସଞ୍ଜୟ କୁମାର ସିଂ ଯୋଗଦେଇଥିଲେ ଉତ୍ସାହିତ କରିଥିଲେ lପ୍ରତିଯୋଗିତାରେ ସିଆର୍‌ପିଏଫ ୬୪ ବାଟାଲିଅନ୍ ସର୍ବୋତ୍ତମ ପ୍ରଦର୍ଶନ କରି ବିଜେତା ହୋଇଥିବାବେଳେ ସିଆରପିଏଫ ସମ୍ବଲପୁର ଗ୍ରୁପ୍ ସେଣ୍ଟର ଉପ ବିଜେତା ହୋଇଥିଲା। ଏହି ଅବସରରେ ଉପ ମହାନିରୀକ୍ଷକ ଶ୍ରୀ ସିଂ ଉଦ୍‌ବୋଧନ ଦେଇ ଖେଳାଳିଙ୍କ ଶୃଙ୍ଖଳା, ଭାଇଚାରାର ସମ୍ପର୍କ ନେଇ ପ୍ରଶଂସା କରିଥିଲେ l ଏହି ପ୍ରତିଯୋଗିତାରେ ବିଭିନ୍ନ ସଦସ୍ୟ ମାନଙ୍କୁ ପୁରସ୍କୃତ କରାଯାଇଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ