Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

ସମ୍ବଲପୁର ,ତା- ୧୬.୧୧.(ଆନିସ):ଆଜି,ସମ୍ବଲପୁର ପ୍ରେସ କ୍ଲବ ଠାରେ ଜିଲ୍ଲା ପ୍ରଶାସନ ଓ ପ୍ରେସ କ୍ଲବ ମିଳିତ ଆନୁକୂଲ୍ୟରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଛିଯାଇଛି। ସମାରୋହରେ ସମ୍ବଲପୁର ୟୁନିଭେର୍ସିଟି କୂଳପତି ପ୍ରଫେସର ବିଧୁ ଭୂଷଣ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଥିଲେ, ଉପସ୍ଥିତ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରିବା ସହ କହିଥିଲେ ଯେ ଗଣମାଧ୍ୟମ ର ପ୍ରଥମ ଦାୟିତ୍ୱ ହୋଉଛି ସତ୍ୟ କୁ ଉନ୍ମୋଚନ କରିବା, ଅନେକ ସମୟରେ ସାମ୍ବାଦିକମାନେ ଖବର ପ୍ରକାଶ କରିବାରେ ପ୍ରଥମେ ଚିନ୍ତା କରନ୍ତି କିନ୍ତୁ ଏହି କାରଣରୁ ବେଳେବେଳେ ମିଥ୍ୟା ରିପୋର୍ଟିଂ ହୋଇଥାଏ, ଆକର୍ଷଣୀୟ କ୍ୟାପ୍ସନ୍ ର ବ୍ୟବହାର ଦ୍ୱାରା ଅଧିକ ଭିୟୁଜ ମିଳିବା ପ୍ରାଥମିକ ଲକ୍ଷ୍ୟ ହୋଇଯାଏ ଯାହା ଦ୍ୱାରା ସତ୍ୟ ବେଳେବେଳେ ଲୁଚି ଯାଏ | ଆମେ ସମସ୍ତେ ଜାଣୁ ଯେ କଲମ ଖଣ୍ଡା ଠାରୁ ଅଧିକ ଶକ୍ତିଶାଳୀ, ତେଣୁ ସମସ୍ତ ସାମ୍ବାଦିକ ସମାଜରେ ଅନେକ ପରିବର୍ତ୍ତନ ଆଣିପାରିବେ | ଯେଉଁମାନେ ଏହି କ୍ଷେତ୍ରକୁ ବାଛିଛନ୍ତି ସେମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି କାରଣ ଏହା ସମାଜ ପାଇଁ ନିଃସ୍ୱାର୍ଥପର କାମ ଅଛି । ପ୍ରଯୁକ୍ତିବିଦ୍ୟାର ଉନ୍ନତି ସହିତ ପରିବର୍ତ୍ତନ ବହୁତ ଦ୍ରୁତ ଅଟେ ତେଣୁ ଆମକୁ ଏହାକୁ ଗ୍ରହଣ କରିବାକୁ ପଡ଼ିବି ବୋଲି କହିଛନ୍ତି |
କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଜାମ୍ବର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଉକ୍ତ ବର୍ଷର ବିଷୟବସ୍ତୁ “ଗଣମାଧ୍ୟମର ପରିବର୍ତ୍ତିତ ସ୍ୱରୁପ” ସାମ୍ପ୍ରତିକ ନୂତନ ଡିଜିଟାଲ୍/ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୁଗରେ ବିଭିନ୍ନ ଡିଜିଟାଲ ଉପକରଣର ବ୍ୟବହାର କରି ସୂଚନାକୁ ଯଥାଶୀଘ୍ର ଲୋକଙ୍କୁ ପରିବେଷଣ କରିବା ସହ ସାମ୍ବାଦିକତାର ବିକାଶ ଉପରେ ଆଲୋକପାତ କରେ | ବିଭିନ୍ନ ପରିବର୍ତ୍ତନଗୁଡିକ ସତ୍ତ୍ୱେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ହୋଇ ସଠିକ ତଥ୍ୟ ଲୋକଲୋଚନକୁ ଆଣିବା ସହ ଜନସାଧାରଣଙ୍କ ଆଗରେ ସତ୍ୟତା ପ୍ରତିପାଦନ କରିବା ହେଉଛି ସାମ୍ବାଦିକତାର ମୂଳମନ୍ତ୍ର । ସମାଜ ବଦଳୁଛି ,ଆମେ ବଦଳୁଛୁ , ପ୍ରତି ମଣିଷ ର ରୁଚି ବଦଳୁଛି , ଆମକୁ ଟେକ୍ନୋଲୋଜି ସହିତ ଆଗାଇବା କୁ ପଡିବ।ଆମର ଦୃଷ୍ଟିକୋଣ କୁ ପରିବର୍ତ୍ତନ କରିବାକୁ ପଡ଼ିବ। ଆମକୁ ସତ୍ୟ କୁ ଉନ୍ମୋଚନ କରିବା ହେବ।ଯେତେ ସତ୍ୟ କୁ ଅନୁସନ୍ଧାନ କରିବା ସେତେ ଆମେ ଜାଗୃତ ହେବା। ସମ୍ବାଦିକତା ମାଧ୍ୟମରେ ଏକ ସୁସ୍ଥ ଗଣତନ୍ତ୍ର ପାଇଁ ସମ୍ପ୍ରଦାୟକୁ ସଂଯୋଗ କରିବା ସହ ସମାଜକୁ ଅବଗତ କରାଇବାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ।ତେଣୁ ସମୟର ତାଳ ସହ ତାଳ ମିଶାଇ ନିଜକୁ ଶିକ୍ଷିତ କରିବା ଆବଶ୍ୟକ ବୋଲି କହିଥିଲେ । ସେ ସମସ୍ତଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣେଇ ଥିଲେ ।
ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସଂଯୁକ୍ତା କୁଲୁ , ପ୍ରେସ କ୍ଲବ ପ୍ରେସିଡେଣ୍ଟ ଶ୍ରୀ ତ୍ରିବିକ୍ରମ ପ୍ରଧାନ ମଞ୍ଚାସିନ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।