କଟକ: ବାରଙ୍ଗ ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଗୁରୁତର ନାବାଳିକାଙ୍କୁ କଟକ ଶିଶୁ ଭବନରେ ଭର୍ତ୍ତି କରାଯାଇଛି । ଏନେଇ ବାରଙ୍ଗ ଥାନାରେ ପରିବାର ଲୋକେ ଏତଲା ଦେଇଛନ୍ତି ।
ବାରଙ୍ଗ ଅଞ୍ଚଳରେ ଏକ ଇଟା ଭାଟିରେ ନାବାଳିକାଙ୍କ ବାପାମା’ କାମ କରୁଥିଲେ । ସେହିଠାରେ ହିଁ ରହୁଥିଲେ । ନାବାଳିକା ମଧ୍ୟ ସେଠାରେ ରହୁଥିଲେ । ସେହି ଇଟା ଭାଟିରେ ଝାରଖଣ୍ଡର ଜଣେ ଯୁବକ କାମ କରୁଥିଲେ । ସେ ମଧ୍ୟ ସେଠାରେ ରହୁଥିଲେ । ସଂପୃକ୍ତ ଯୁବକ ଜଣକ ଗତକାଲି ନାଳବିକାଙ୍କୁ ଦୁଷ୍କର୍ମ କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ନାବାଳିକାଙ୍କ ଅବସ୍ଥା ଗୁରୁତର ରହିଛି ।
ଘଟଣା ପରେ ଅଭିଯୁକ୍ତ ଯୁବକ ଜଣଙ୍କ ଫେରାର ହୋଇଯାଇଛି । ପୋଲିସ ସଂପୃକ୍ତ ଯୁବକକୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛି । ନାବାଳିକାଙ୍କ ଘର ନାୟଗଡ଼ ଅଞ୍ଚଳରେ ବୋଲି ଜଣାପଡ଼ିଛି ।