ଜଗତସିଂହପୁର: ତିର୍ତ୍ତୋଲ ଥାନା ଅନ୍ତର୍ଗତ ଶିରସ୍ତା ଗାଁରେ ୨ ଜଣ ବ୍ୟକ୍ତିଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି । ଖାଦ୍ୟ କିମ୍ବା ପାନୀୟରେ ବିଷ କ୍ରିୟା ଯୋଗୁଁ ଉଭୟଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମୃତକ ଦ୍ୱୟ ହେଲେ ସିରସ୍ତା ଗାଁର ବିଭୂତି ସାମଲ ଓ ଗୋପବନ୍ଧୁ ସାମଲ । ଉଭୟ ସମ୍ପର୍କରେ ଦାଦା ପୁତୁରା ବୋଲି ସୂଚନା ମିଳିଛି ।
ଗତକାଲି ରାତିରେ ଉଭୟ ଖାଇବା ପରେ ଛାତି ଓ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ଉଭୟଙ୍କୁ ପ୍ରଥମେ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ କେନ୍ଦ୍ରପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିସାଧୀନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ଘଟିଛି । ତେବେ ଉଭୟଙ୍କର କିପରି ମୃତ୍ୟୁ ଘଟିଲା ତାର କାରଣ ଜଣାପଡ଼ିନାହିଁ । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ ଜଣାପଡ଼ିବ ବୋଲି ସୂଚନା ମିଳିଛି ।