Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାନଦୀରେ ଚାଲିଛି ବେଆଇନ ବିସ୍ପୋରଣ ——-ବିଲୁପ୍ତ ପ୍ରାୟ ବିଭିନ୍ନ ପ୍ରଜାତିର ମାଛ, ଚିନ୍ତାରେ ମତ୍ସଜୀବୀ

ଚିପିଲିମା, ସମ୍ବଲପୁର ବୁର୍ଲା ଥାନା ଅଞ୍ଚଳରେ ରହିଥିବା ଚିରସ୍ରୋତା ମହାନଦୀରେ ବର୍ତ୍ତମାନ ବେଆଇନ ବିସ୍ପୋରଣ ବ୍ୟବହାର କରି କେତେକ ମାଛ ମାରୁଥିବା ଅଭିଯୋଗ ହେଉଛି l ଫଳରେ ବିଭିନ୍ନ ପ୍ରଜାତିର ମାଛ ବଂଶ ଲୋପ ପାଉଥିବାବେଳେ, ମତ୍ସଜୀବୀ ମାନେ ନିଜ ଜୀବିକା ହରାଉଥିବା ଅଭିଯୋଗ ହେଉଛି l ବର୍ତ୍ତମାନ ଚିପିଲିମା ଶକ୍ତିକେନ୍ଦ୍ର କ୍ଲୋଜର ଯୋଗୁଁ ମହାନଦୀରେ ପାଣି କମିଯାଇଛି l ଏହାର ସୁଯୋଗ ନେଇ ବ୍ଲାଷ୍ଟିଙ୍ଗରେ ମାଛ ମାରୁଛନ୍ତି lବର୍ତ୍ତମାନ କେତେକ ଅସାଧୁ ବ୍ୟାକ୍ତି ନୁଆଁ କୌଶଳ ଅର୍ଥାତ ଏକ ବିଅର ବୋତଲରେ ବିସ୍ପୋରଣ ମସଲା ପୁରାଇ ଡିନାମାଇଟ ଲଗାଇ ବ୍ଲାଷ୍ଟିଂ କରୁଥିବାବେଳେ, ନଦୀରେ କାଚଗୁଣ୍ଡ ପଡିରହୁଥିବା ଅଭିଯୋଗ ହେଉଛି lବୁର୍ଲା ଥାନା ଚାଉଁରପୁର,ବରମ୍ପୁରା, ସାହଜବାହାଲ, ଟିହିକିପାଲି, ବଗବୀରା, ଚିପିଲିମା, କରଡୋଳା, ତୁଳଣ୍ଡି ଆଦି ଗାଁରେ ବହୁ ସଂଖ୍ୟାରେ ମତ୍ସଜୀବୀ ରହିଥିବାବେଳେ, ମହାନଦୀରେ ବେଆଇନ ବିସ୍ପୋରଣ ସେମାନଙ୍କର ନିଦ ହଜାଇଦେଇଛି l ଅନେକେ ସେମାଙ୍କର କୌଳିକ ମାଛମରା ବୃତ୍ତି ଛାଡି ଜୀବିକା ନିର୍ବାହ ପାଇଁ ଅନ୍ୟାନ୍ୟ ଧନ୍ଦା କରୁଥିବାବେଳେ, ବାହାର ଅଂଚଳକୁ କାମଧନ୍ଦା ପାଇଁ ଯାଉଥିବା ଦେଖିବାକୁ ମିଳୁଛି l ଅନେକ ସମୟରେ ଚିପିଲିମା ଶକ୍ତିକେନ୍ଦ୍ର ନିଷିଦ୍ଧାଞ୍ଚଳରେ ମଧ୍ୟ ବ୍ଲାଷ୍ଟିଂ ବିସ୍ପୋରଣ ହେଉଥିବା ମଧ୍ୟ ନଜିର ରହିଛି l ଅନେକେ ମତ୍ସଜୀବୀ ବ୍ୟାଙ୍କରୁ ଋଣ ନେଇ ଜାଲ, ଡ଼ଙ୍ଗା ଆଦି କିଣି ମାଛମାରି ପରିବାର ପୋଷଣ କରୁଥିବାଥିବାବେଳେ, ବିସ୍ପୋରଣରେ ମାଛବଂଶ ଲୋପ ପାଉଥିବାରୁ ଯୋଗୁଁ ସେମାନେ କିପରି ଋଣ ପରିଶୋଧ କରିବେ,କିପରି ପରିବାର ପୋଷଣ କରିବେ ସେନେଇ ଚିନ୍ତାରେ ମତ୍ସଜିବୀ l ବେଆଇନ ବିସ୍ପୋରଣ ଯୋଗୁଁ ମହାନଦୀର ପାଣି ମଧ୍ୟ ବିଷାକ୍ତ ହେଉଥିବାବେଳେ, ମହାନଦୀରେ ଗାଧୋଇବା ଦ୍ୱାରା ଅନେକ ଚର୍ମରୋଗ ହେଉଥିବା ମଧ୍ୟ ସଚେତନ ମହଲରେ ଅଭିଯୋଗ ହେଉଛି l ଆଉ ମଧ୍ୟ ସୂଚନା ଦିଆଯାଇପାରେ ଯେ ଅନେକେ ଅସାଧୁ ବ୍ୟକ୍ତି ଅତି ସରଳ ଉପାୟରେ ରେ ମାଛ ମାରିବା ପାଇଁ ବିଷ ପ୍ରୟୋଗ କରି ମାଛ ମାରୁଥିବା ମଧ୍ୟ ଅଭିଯୋଗ ହେଉଛି l ଅଞ୍ଚଳରେ ବେଆଇନ ବ୍ଲାଷ୍ଟିଂ ବିସ୍ପୋରକ ଆସୁଛି କେଉଁଠୁ, ବିକୁଛି କିଏ ଏସବୁର ତଦନ୍ତ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଚେତନ ନାଗରିକ , ସଚେତନ ବୁଦ୍ଧିଜୀବୀ ତଥା ମତ୍ସଜୀବୀ ମହଲରେ ଦାବି ହେଉଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ