Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇଆଇଏମ ଛକରେ ପୋଲିସ ଏଡପୋଷ୍ଟ, ଲୋକଙ୍କ ମନରେ ସାମାନ୍ୟ ଆଶ୍ବସ୍ତି

ଚିପିଲିମା,ସମ୍ବଲପୁର ବୁର୍ଲାଥାନା ଗୋଶାଳା ବଜାର ପ୍ରାଙ୍ଗଣରେ ଏକ ପୋଲିସ ବିଟହାଉସ ରହିଥିବାବେଳେ, ଅଞ୍ଚଳରେ ଦିନକୁଦିନ ଚୋରୀ, ଡକାୟତି, ଲୁଟ, ହତ୍ୟା ଭଳି ବିଭିନ୍ନ ଅପରାଧିକ ମାମଲା ବଢ଼ିବଢ଼ି ଚାଲିଛି l ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ପୋଲିସ ତତ୍ୱରତା ଦେଖାଇଛି lଗୋଶାଳା -ଚାଉଁରପୁର ରାସ୍ତାସ୍ଥିତ ଆଇଆଇଏମ ଛକରେ ଏକ ପୋଲିସ ଏଡ଼ପୋଷ୍ଟ ଖୋଲାଯାଇଥିବାବେଳେ, ଅଞ୍ଚଳବାସୀଙ୍କ ମନରେ ସାମାନ୍ୟ ଆଶ୍ବସ୍ତି ଆସିଛି l ମିଳିଥିବା ସୂଚନା ଅନୁଯାୟୀ ହୀରାକୁଦ ଏସଡିପିଓ ଅମ୍ବିତ ମହାନ୍ତି ଆସି ଏଡପୋଷ୍ଟର ଉଦଘାଟନ କରିଥିଲେ l ଏହି ପୋଲିସ ଏଡପୋଷ୍ଟରେ ଜଣେ ଅଧିକାରୀ ନିଯୁକ୍ତ ହୋଇଥିବାବେଳେ, ପୋଲିସ ଫୋର୍ସ ସହ ପେଟ୍ରୋଲିଙ୍ଗ ଗାଡି ମଧ୍ୟ ଦିଆଯାଇଛି l ଏହି ଏଡପୋଷ୍ଟରେ ୨୪ଘଣ୍ଟିଆ ସେବା ରହିବ ଏବଂ ପୋଲିସ ପେଟ୍ରୋଲିଙ୍ଗ ଜାରି ରହିବା ସହ ପେଟ୍ରୋଲିଙ୍ଗକୁ କଡାକଡି କରାଯିବ ବୋଲି କୁହାଯାଇଛି l ପ୍ରକାଶ ଥାଉକି ଗୋଶାଳା ଅଞ୍ଚଳରେ ଆଇଆଇଏମ, ସୈନିକସ୍କୁଲ, ସିଆରପିଏଫ ଗ୍ରୁପ ସେଣ୍ଟର, ବିଟିଆଇ, ଏସଏଲବି ଫାର୍ମ, ନବୋଦୟ ବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ, ଓମଫେଡ ଭଳି ଅନୁଷ୍ଠାନମାନ ରହିଥିବାବେଳେ ଗୋଶାଳା ସବୁବେଳେ ଚଲଚଞ୍ଚଳ ରହୁଛି l ଆଇଆଇଏମ ଛକ ନିକଟରେ ଲାଇସନ୍ସ ପ୍ରାପ୍ତ ଦେଶୀ ଓ ବିଦେଶୀ ମଦଭାଟି ରହିଥିବାବେଳେ, ଗୋଶାଳା ଛକରେ ଅନେକ ବେଆଇନ କୁଚିଆ ଭାଟି ରହିଛି l ଏହି ଅଞ୍ଚଳରେ କୋରେକ୍ସ, ଟାବଲେଟ ଭଳି ନିଶାଦ୍ରବ୍ୟ ଅବାଧରେ ବିକ୍ରୀହେଉଥିବାବେଳେ, ଏହି ସବୁ ବେଆଇନ କାର୍ଯ୍ୟକାଳାପକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସଚେତନ ମହଲରେ ଦାବି ହେଉଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ