Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସରିଲା ଐତିହାସିକ କଟକ ବାଲିଯାତ୍ରା

କଟକ: ସରିଲା କଟକ ଐତିହାସିକ ବାଲିଯାତ୍ରା । ୯ ଦିନ ଧରି ମହାନଦୀ ନଦୀ ପଠାରେ ଜମିଥିଲା କିଣାବିକାର ମେଳା । ପ୍ରତିଦିନ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା । ନାଚଗୀତକୁ, କିଣାବିକାରେ ଉଛୁଳି ଉଠିଥିଲା ମହାନଦୀ ପଠା । ପରିବାର, ସାଙ୍ଗ, ପରିଜନ ସହ ବାଲିଯାତ୍ରା ବୁଲି ଭରପୂର ମଜା ଉଠାଇଥିଲେ ଲୋକେ ।
ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମର ଉପଭୋଗ କରିବା ସହ ଯୁବ ପୀଢି ଓ ପିଲାମାନେ ଦୋଳି ଖେଳିଥିଲେ । ଏହାସହ ସୁସ୍ବାଦୁ ଖାଦ୍ଯର ମଜା ନେଇଥିଲେ ଲୋକମାନେ ।
ଏଥର ବାଲିଯାତ୍ରାରେ ମୋଟ ୨୫୦ କୋଟିର ବ୍ଯବସାୟ ହୋଇଛି । କେବଳ ଓରମାସରେ ଏକାକୀ ୪୦ କୋଟି ଟଙ୍କାର ବିକ୍ରିବଟା କରିଥିବା କଟକ ଜିଲ୍ଲାପାଳ କହିଛନ୍ତି ।