Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜୁଆ ଆଡ୍ଡା ଉପରେ ଚଢ଼ାଉ, ୮୦ରୁ ଅଧିକ ଅଟକ

ନୂଆପଡ଼ା: ନୂଆପଡା ଜିଲ୍ଲା ଖରିଆରରୋଡ ସହରସ୍ଥିତ ଠେଲାକୋ ବେଡା ବସ୍ତିରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ । ୮୦ରୁ ଅଧିକ ଜୁଆଡ୍ଡିଙ୍କୁ ଧରିବା ସହ ୫୦ ଲକ୍ଷରୁ ଅଧିକ ଟଙ୍କା ଓ ୨୫ଟି କାର ଜବତ କଲା ପୋଲିସ । ଶନିବାର ବିଳମ୍ବିତ ରାତିରେ ଏହି ଚଢ଼ାଉ କରାଯାଇଥିଲା । ଖରିଆର ରୋଡ ସହର ସମେତ ପଡୋଶୀ ଛତିଶଗଡ ରାଜ୍ୟରୁ ବହୁ ଲୋକ ଏଥିରେ ସାମିଲ ହୋଇଥିଲେ । ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଡିଆଇଜିଙ୍କ ନେତୃତ୍ବରେ ଏକ ପୋଲିସ ଟିମ ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲେ ।
ପୋଲିସ ଟିମ ପ୍ରଥମେ ଆଡ୍ଡାକୁ ସିଲ କରି ନୂଆପଡା ଏସପି ସମେତ ଖରିଆର ରୋଡ ଥାନା ପୋଲିସକୁ ଖବର ଦେଇଥିଲେ । ଅଟକ ଲୋକଙ୍କୁ ପୋଲିସ ପଚରାଉଚରା କରୁଥିବା ବେଳେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।