କେନ୍ଦୁଝର: ଦୁର୍ଘଟଣାଗ୍ରସ୍ତ ପିକଭା୍ୟାନରୁ କୁକୁଡ଼ା ବୋହି ନେଲେ ଲୋକେ । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ଚିଲିଦା ନିକଟରେ । ଯିଏ ଯେତେ ପାରିଲା ବୋହି ନେଲେ । କିଏ ଗୋଟିଏ ତ କିଏ ଦୁଇଟା ଆଉ କିଏ ଦୁଇ ହାତରେ ଯେତେ ସମ୍ଭବ ଧରି ଦୌଡ଼ିଲେ ।
ଖବର ଅନୁସାରେ, ଅନୁଗୋଳରୁ ରାଇରଙ୍ଗପୁର ଯାଉଥିବା କୁକୁଡ଼ା ବୋଝେଇ ପିକଅପ୍ ଭ୍ୟାନ ଚିଲିଦା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକେ ଲାଗିପଡ଼ି ଭ୍ୟାନଟିକୁ ଛିଡ଼ା କରିଥିଲେ । ଏହାପରେ ଆରମ୍ଭ ହୋଇଯାଇଥିଲା କୁକୁଡ଼ା ନେବାକୁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା । ଯିଏ ଯେତେ ପାରିଲେ ଧରିକି ଘଟଣା ସ୍ଥଳରୁ ଚମ୍ପଟ ମାରିଲେ ।
ଖବର ପାଇ ତୁରୁମୁଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ହେଲେ ପୋଲିସ ପହଞ୍ଚିବା ବେଳକୁ ଭ୍ୟାନରୁ ଅଧାରୁ ଅଧିକ କୁକୁଡ଼ା ଲୁଟି ନେଇଥିଲେ ଲୋକେ ।
ଦୁର୍ଘଟଣାଗ୍ରସ୍ତ ପିକଅପ୍ ଭ୍ୟାନରୁ କୁକୁଡ଼ା ବୋହି ନେଲେ ଲୋକେ
