Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଶୁଣ୍ଢରେ ଟେକି ନେଇ ଦଳି ଦେଲା ହାତୀ

ହିନ୍ଦୋଳ: ପୁଣି ହାତୀ ନେଲା ଜୀବନ । ଶୌଚ ପାଇଁ ଯାଇଥିବା ଜଣେ ଯୁବକଙ୍କୁ ଦଳି ମାରି ଦେଲା ଦନ୍ତାହାତୀ । ଘଟଣା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ କଡଲା ଗାଁରେ ଘଟିଛି । ମୃତ ଯୁବକ ହେଉଛନ୍ତି ସେହି ଗାଁର ଦୀପକ ପ୍ରଧାନ ।

ପ୍ରଦୀପ ସକାଳୁ ଶୌଚ ପାଇଁ ଯାଇଥିବା ବେଳେ ଦନ୍ତା ହାତୀ ହାବୁଡ଼ରେ ପଡିଯାଇଥିଲେ । ହାତୀଟି ତାଙ୍କୁ ଘୋଷାଡି ନେବା ସହ ଦଳି ଦେିଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ଘଟଣା ଘଟିବାର ଦୀର୍ଘ ସମୟ ପର୍ଯ୍ରନ୍ତ ବନ ବିଭାଗର କୌଣସି ଅଧିକାରୀ ନପହଞ୍ଚିବାରୁ ଉତ୍ତେଜନା ଦେଖାଦେଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ଅଞ୍ଚଳରୁ ହାତୀ ଘଉଡାଇବାକୁ ଦାବି କରିଛନ୍ତି ଗ୍ରାମବାସୀ । ଏହି ଅଞ୍ଚଳରେ ପ୍ରାୟ ସମୟରେ ଏକାଧିକ ହାତୀ ବୁଲୁଥିବାରୁ ସନ୍ଧ୍ୟା ହେଲେ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି ।