Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଟର କାଟି ଗ୍ରୋସରୀ ଦୋକାନରେ ନିଆଁ ଲଗାଇଲେ ଦୁର୍ବୃତ୍ତ !

ବାଲେଶ୍ବର: ସୋର ଥାନା ସିଙ୍ଗାଖୁଣ୍ଟା ବଜାରରେ ଥିବା ଗ୍ରୋସରୀ ଦୋକାନରେ ଲାଗିଲା ନିଆଁ । ସଟର ଭାଙ୍ଗି ଦୁର୍ବୃତ୍ତମାନେ ଗ୍ରୋସରୀ ଦୋକାନରେ ନିଆଁ ଲଗାଇ ଦେଇଥିବା ମାଲିକ ଅଭିଯୋଗ କରିଛନ୍ତି । ଫଳରେ ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ଜଳିପୋଡ଼ି ପାଉଁଶ ହୋଇଯାଇଛି ।

ଆଜି ସକାଳେ ଦୋକାନଟି ହୁତୁ ହୁତୁ ହୋଇ ଜଳୁଥିବା ସ୍ଥାନୀୟ ଲୋକେ ଦେଖି ମାଲିକକୁ ଫୋନ୍‌ କରିଥିଲେ । ଏଥିସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ହେଲେ ସେତେବେଳକୁ ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା ।

ଏନେଇ ସୋର ଥାନାରେ ଏତଲା ଦେଇଛନ୍ତି ଗ୍ରୋସରୀ ମାଲିକ । ଦୋକାନ ନିକଟରେ ଥିବା ଏକ ଇଲେକ୍ଟ୍ରିକ ଦୋକାନରେ ମଧ୍ୟ ନିଆଁ ଲାଗି କିଛି ଜିନିଷ ପତ୍ର ପୋଡ଼ିଯାଇଛି । ଗତ ୨୨ ତାରିଖରେ ଗ୍ରୋସରୀ ଦୋକାନ ମାଲିକଠାରୁ ଟଙ୍କା ଓ ମୋବାଇଲ ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories