Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଲରେ ପଡ଼ିଛି ହାତୀର କ୍ଷତବିକ୍ଷତ ମୃତଦେହ

କେନ୍ଦୁଝର: ପୁଣି ଏକ ହାତୀର ମୃତ୍ୟୁ । ଧାନ ବିଲରେ ପଡିଛି ହାତୀର କ୍ଷତବିକ୍ଷତ ମୃତଦେହ । କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ କନ୍ତଲେଇ ଦଢ଼ିଆ ସାହି ପାଖରେ ଏହି ମାଈହାତୀର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ତେବେ କେମିତି ହେଲା ହାତୀର ମୃତ୍ୟୁ ତାହା ସ୍ପଷ୍ଟ ହୋଇନାହିଁ ।

ଏହି ଅଞ୍ଚଳରେ ୫୦ରୁ ଅଧିକ ହାତୀ କିଛି ଦିନ ହେଲା ବ୍ୟାପକ ଫସଲ ନଷ୍ଟ କରୁଥିଲେ । ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପାଇଥିଲା ।

ତେବେ ଆଜି ଏହି ହାତୀପଲ ଭିତରୁ ଏକ ମାଈ ହାତୀର ମୃତଦେହ ଧାନ ଜମିରେ ପଡ଼ିଥିବା ଦେଖିବାକୁ ମିଳିଛି । ହାତୀର ମୃତ୍ୟୁ କେମିତି ହେଲା ଜଣାପଡ଼ି ନଥିବା ବେଳେ ଏନେଇ ବନ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । 

ହାତୀର ମୃତଦେହ ପଡ଼ିଥିବା ଖବର ପାଇ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାଯାଇଛି । ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଅଧିକାରୀ କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ