Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିକାଶ ଆବାସିକ ବିଦ୍ୟାଳୟରେ ପଶ୍ଚିମ ଓଡ଼ିଶା ସିବିଏସଇ ବିଦ୍ୟାଳୟ ସମୂହ ଖୋ ଖୋ ମ୍ୟାଚ୍ ଅନୁଷ୍ଠିତ ।

କଳାହାଣ୍ଡି:୦୧/୧୨
ଭବାନୀପାଟଣା ସ୍ଥିତ ବିକାଶ ଆବାସିକ ବିଦ୍ୟାଳୟରେ ପଶ୍ଚିମ ଓଡ଼ିଶା ସିବିଏସଇ ବିଦ୍ୟାଳୟ ସମୂହ ଖୋ ଖୋ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ଶ୍ରୀଯୁକ୍ତ ସୁନିଲ ବେହେରା କାର୍ଯ୍ୟକାରୀ ସଭାପତି କଳାହାଣ୍ଡି ଜିଲ୍ଲା ଏଥେଲେଟିକ୍ ଏସୋସିଏସନ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ରୂପେ ଶ୍ରୀ ଡି.ଶ୍ୟାମ ନିର୍ଦ୍ଦେଶକ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ, ଅନ୍ୟତମ ନିର୍ଦ୍ଦେଶକ ଶ୍ରୀ ଡି.ରାମ କୁମାର, ଶିକ୍ଷା ପ୍ରଭାରୀ ଶ୍ରୀମତୀ ଡି.ବିଜୟା, ପରିଚାଳନା ମଣ୍ଡଳୀ ସଦସ୍ୟା ଶ୍ରୀମତୀ ଡି.ପଦ୍ମିନୀ , ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଯୁବରାଜ ନାୟକ, ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଆରତି ମିଶ୍ର, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଜ୍ୟୋତି ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅଧ୍ୟକ୍ଷା ଆରତି ମିଶ୍ର ସ୍ୱାଗତ ଭାଷଣ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଅତିଥିଗଣ ନିଜ ନିଜ ବକ୍ତବ୍ୟରେ ପାଠ ସହିତ କ୍ରୀଡା କ୍ଷେତ୍ରରେ ମଧ୍ୟ କିଭଳି ଉନ୍ନତି କରି ପରିବା ସେଦିଗରେ ଆଲୋଚନା କରିଥିଲେ । ଉପାଧ୍ୟକ୍ଷ ନାରାୟଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ମୋଟ ୨୦ ଗୋଟି ବିଦ୍ୟାଳୟର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ବିକାଶ ଆବାସିକ ବିଦ୍ୟାଳୟ, ଭବାନୀପାଟଣା ସ୍ପୋର୍ଟ କ୍ୟପଟେନ୍ ସକ୍ଷମ ଦୋରା ଶପଥ ପାଠ କରାଇଥିଲେ । ଏଥିରେ ୧୪ ବର୍ଷରୁ କମ ଓ ୧୭ ବର୍ଷରୁ କମ୍ ବୟସ ବର୍ଗର ବିଦ୍ୟାର୍ଥୀଙ୍କ ଖେଳ ହୋଇଥିଲା । ଉଭୟ ବର୍ଗର ବାଳକ ଓ ବାଳିକା ବିଭାଗରେ ବିକାଶ ଆବାସିକ ବିଦ୍ୟାଳୟ, ଭବାନୀପାଟଣା ଚାମ୍ପିଅନ ହୋଇଥିବା ବେଳେ ୧୭ ବର୍ଷରୁ କମ୍ ବାଳକ ବିଭାଗରେ ସେଣ୍ଟ ଜାଭିୟର ହାଇସ୍କୁଲ , କଣ୍ଟାବାଞ୍ଜି , ବାଳିକା ବିଭାଗରେ ଡିଏଭି ସ୍କୁଲ ଟିଟିଲାଗଡ ଓ ୧୪ ବର୍ଷରୁ କମ୍ ବାଳକ ଓ ବାଳିକା ବିଭାଗରେ ସିଦ୍ଧାର୍ଥ ପବ୍ଲିକ ସ୍କୁଲ, ବରଗଡ ରନର୍ସଅଫ ହୋଇଥିଲେ । କ୍ରୀଡା ଶିକ୍ଷକ ମନୋଜ ବିଶ୍ଵାଳ, ଦିନେଶ ପ୍ରଧାନ, ନିର୍ମଳ ପ୍ରଧାନ , ନିର୍ମଳ ଦଣ୍ଡସେନା , ନବୀନ ବଗର୍ତ୍ତି, ମହେଶ ତ୍ରିପାଠୀ, ଆଶିଷ ପ୍ରଧାନ, ସୁମିତ ସାହୁ ପ୍ରମୁଖ କ୍ରୀଡା ପରିଚାଳନା କରିଥିଲେ ।