ଖଣି ଅଧିକାରୀଙ୍କୁ ଘୋଷଡ଼ି ଘୋଷାଡ଼ି ପିଟିଲେ ବାଲି ମାଫିଆ


କେନ୍ଦୁଝର: ବାଲି ମାଫିଆଙ୍କ ତାଣ୍ଡବ । ରାସ୍ତା ଉପରେ ଖଣି ଅଧିକାରୀ ଓ ତାଙ୍କ କର୍ମଚାରୀଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲେ । ଆକ୍ରମଣରେ ଖଣି ଅଧିକାରୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବାଲି ମାଫିଆଙ୍କ ଏମିତି ଗୁଣ୍ଡାରାଜ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ପ୍ରତିଦିନ ଆନନ୍ଦପୁର ଉପଖଣ୍ଡର ବୈତରଣୀ, କୁଶେଇ ଓ ରେମାଳ ନଦୀର ବିଭିନ୍ନ ବାଲିଘାଟରୁ ଶହ ଶହ ଟ୍ରିପ୍ ବାଲି ମାଫିଆମାନେ ଚୋରା ଚାଲାଣ କରିଥାନ୍ତି । ଗତକାଲି ମଧ୍ୟ ଚାଲାଣ କରାଯାଉଥିଲା । ବିଳମ୍ବିତ ରାତିରେ ଖଣି ଅଧିକାରୀଙ୍କ ସହ ତାଙ୍କ ଟିମ୍ ଚଢ଼ାଉ କରିଥିଲେ । ଏହି ସମୟରେ ବାଲି ମାଫିଆମାନେ ସେମାନଙ୍କୁ ଘେରି ଯାଇ ଠେଙ୍ଗା, ଧାରୁଆ ଅସ୍ତ୍ର ଧରି ଆକ୍ରମଣ କରିଥିଲେ । ଖଣି ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ଘୋଷାଡ଼ି ଘୋଷାଡ଼ି ରାସ୍ତା ଉପରେ ମାଡ଼ ମାରିଥିଲେ । ଏଥିସହ ଗାଡ଼ି ଭଙ୍ଗାରୁଜା କରିଥିଲେ ।

ଏହି ସମୟରେ ସେହି ରାସ୍ତାରେ ଏକ ଆମ୍ବୁଲାନ୍ସ ସାଇରନ ମାରି ଆସିବାରୁ ବାଲି ମାଫିଆମାନେ ପୋଲିସ ଗାଡ଼ି ଭାବି ସେଠାରୁ ଚମ୍ପଟ ମାରିଥିଲେ । ପରେ ଖବର ପାଇ ଘସିପୁରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଖଣି ଅଧିକାରୀ ସମେତ ଅନ୍ୟ କର୍ମଚାରୀଙ୍କୁ  ଉଦ୍ଧାର କରି ମେଡିକାଲ ନେଇଥିଲା ।

ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ସଫଳ ହୋଇଛି ପାରଳାଖେମୁଣ୍ଡି:୧୭/୭(ଗରୁଡ ଧ୍ଵଜ ଚୌଧୁରୀ): ସମଗ୍ର ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ଡାକରାକୁ ମିଳିଛି ଜନସମର୍ଥନ. ଗଜପତି ଜିଲ୍ଲାର ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲା ର ମୋଟ 7 ଗୋଟି ବ୍ଲକ ଯଥା ମୋହନା, ଆର. ଉଦୟଗିରି, ନୂଆଗଡ, ରାୟଗଡ, ଗୋଷଣୀ ଓ କାଶୀନଗର ଏନଏସି ଓ ବ୍ଲକ ଅଞ୍ଚଳରେ ସଫଳ ହୋଇଛି ବନ୍ଦ ପାଳନା। ସାରା ଜିଲ୍ଲାରେ ବନ୍ଦ ପାଳନ ଯୋଗୁଁ ଜୀବନ ଯାତ୍ରା ସମ୍ପୂର୍ଣ ବ୍ୟାହତ ହୋଇଛି। ଚକ ଅଖ ବନ୍ଦ ଥିବା ବେଳେ ସମସ୍ତ ସ୍କୁଲ କଲେଜ ସରକାରୀ ବେସରକାରୀ ଅନୁଷ୍ଠାନ ଦୋକାନ ବଜାର, ସରକାରୀ ଅଫିସ ଓ ବ୍ୟାଙ୍କ ଆଦି ସବୁ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ବେଳେ ନାରୀକୁ ସୁରକ୍ଷା ଦେବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଗଜପତି ଜିଲ୍ଲା କଂଗ୍ରେସ କମିଟିର ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ ପ୍ରକାଶ କରି କହିଛନ୍ତିଯେ, ବାଲେଶ୍ବର ଫକୀରମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ସୁରକ୍ଷା ଦେଇ ପାରି ନାହାଁନ୍ତି ସରକାର। ତାଙ୍କ ଅସ୍ଵାଭାବିକ ମୃତ୍ୟୁ ପଛରେ ଥିବା ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ସହ ପିଡିତାଙ୍କ ପରିବାରକୁ ୫ କୋଟି ସହାୟତା ପ୍ରଦାନ ଦାବି କରିଛନ୍ତି. ଏହି ବନ୍ଦ ପାଳନରେ ଗଜପତି ଜିଲ୍ଲା ସିପିଏମ ଦଳର ଦଣ୍ଡ ପାଣି ରଇତ, ସିପିଆଇର ଶ୍ରୀନିବାସ ବେହେରାଙ୍କ ସମେତ ବହୁ ବାମପନ୍ଥି ସଦସ୍ୟ ଯୋଗ ଦେଇ ବନ୍ଦ ପାଳନକୁ ସମ୍ପୂର୍ଣ ସଫଳ କରିଥିଲେ. କଂଗ୍ରେସ ନେତ୍ରୀ ଜସ୍ମିନ ଶେଖଙ୍କ ସମେତ ବହୁ ନେତା କର୍ମୀ ପାରଳାଖେମୁଣ୍ଡି ଠାରେ ବନ୍ଦ ପାଳନରେ ସାମିଲ ହୋଇଥିଲେ. ବିଜେପି ସରକାରଙ୍କ ବିଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଫଟୋଚିତ୍ରକୁ ଦାହ କରିବା ସହ ସେମାନଙ୍କ ଇସ୍ତଫା ଦାବି କରାଯାଇଥିଲା.